ବଲାଙ୍ଗୀର: ଜିଲ୍ଲା କାରାଗାରରେ ଆଜି ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ନିଜ ଭଉଣୀର ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ ସଜ୍ଜା କାଟୁଥିବା ଜଣାପଡିଛି ।
ଗସ୍ତ 2017 ମସିହାରେ ବଲାଙ୍ଗୀର ବ୍ଲକ ଦଙ୍ଗାଘାତଟ ଗ୍ରାମର ତ୍ରିପୁରା ମଲ୍ଲିକ ନିଜ ଭଉଣୀର ହତ୍ୟା ଅଭିଯୋଗରେ ଗିରଫ ହୋଇ ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିଲେ । ଏବଂ ଆସନ୍ତାକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଥିବାବେଳେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।