ବଲାଙ୍ଗୀର: ତମିଆ ଗ୍ରାମ ହତ୍ୟାକାଣ୍ଡ ଘଟଣାର ହୋଇଛି ପର୍ଦ୍ଦାଫାଶ। ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀ ହିଁ ନିଜ ସ୍ଵାମୀକୁ ହତ୍ୟା କରି ମାଟି ତଳେ ପୋତି ଥିବା ସ୍ପଷ୍ଟ ହୋଇଛି। ଗତ ଶୁକ୍ରବାର ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ତମିଆ ଗ୍ରାମରେ ନିଖୋଜ ବିଘ୍ନ ରାଜା ପଟେଲଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା।
ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ମୃତ ବ୍ୟକ୍ତିଙ୍କ ଝିଅ ପୋଲିସକୁ ଦେଇଥିବା ତଥ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେଉଁଥିରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଆରତୀ ପୁଟେଲଙ୍କ ପରକୀୟା ପ୍ରୀତି ଯୋଗୁଁ ସେ କିଛି ସହଯୋଗୀଙ୍କ ସହ ମିଶି ତାଙ୍କ ସ୍ବାମୀଙ୍କୁ ହତ୍ୟା କରି ମାଟି ତଳେ ପୋତି ଥିବାର ସ୍ପଷ୍ଟ ହୋଇଛି। ସୂଚନା ଅନୁସାରେ ମୃତ ବ୍ୟକ୍ତି ବିଘ୍ନ ରାଜ ପୁଟେଲଙ୍କ ସ୍ତ୍ରୀ ଆରତୀ ପୁଟେଲ ଗତ ଜାନୁଆରୀ ମାସରେ ଦୁଷ୍କର୍ମର ଶିକାର ହୋଇଥିଲେ। ଯାହା ପରେ ତାଙ୍କର ଅଭିଯୋଗ କ୍ରମେ ପାଞ୍ଚ ଜଣ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି।