ଓଡିଶା

odisha

ETV Bharat / state

ବିଲରୁ ମିଳିଲା ଦଗ୍ଧ ମହିଳାଙ୍କ ଦେହାବଶେଷ - dead body of the burnt woman

ବଲାଙ୍ଗୀରରେ ଆଜି(ମଙ୍ଗଳବାର) ଜଣେ ମହିଳାଙ୍କ ଦଗ୍ଧ ହୋଇଯାଇଥିବା ଦେହାବଶେଷ ଉଦ୍ଧାର ହୋଇଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳି ନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ମିଳିଲା ଦଗ୍ଧ ମହିଳାଙ୍କ ଦେହାବଶେଷ
ମିଳିଲା ଦଗ୍ଧ ମହିଳାଙ୍କ ଦେହାବଶେଷ

By

Published : Feb 23, 2021, 8:18 PM IST

ବଲାଙ୍ଗିର: ଉଦ୍ଧାର ହେଲା ଦଗ୍ଧ ମହିଳାଙ୍କ ଦେହାବଶେଷ । ବଲାଙ୍ଗୀରରେ ଆଜି(ମଙ୍ଗଳବାର) ଜଣେ ମହିଳାଙ୍କ ଦଗ୍ଧ ହୋଇଯାଇଥିବା ଦେହାବଶେଷ ଉଦ୍ଧାର ହୋଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳି ନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।

ମୃତ ମହିଳାଙ୍କ ପରିଚୟ ମିଳିନାହିଁ

ସଇଁତଳା ଥାନା ଅନ୍ତର୍ଗତ ବିବିନା ଗ୍ରାମରୁ ଏହାକୁ ଉଦ୍ଧାର କରାଯାଇଛି। ତେବେ ଏହି ବିଲର ମାଲିକ ନିଜ ବିଲ ମଧ୍ୟରେ ଦଗ୍ଧ ମୃତଦେହ ଦେଖି ସଇଁତଳା ପୋଲିସକୁ ଖବର ଦେଇଥିଲେ।

ମିଳିଲା ଦଗ୍ଧ ମହିଳାଙ୍କ ଦେହାବଶେଷ

ସେପଟେ ସଇଁତଳା ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମର ସହାୟତାରେ ଏହାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଜଣେ ମହିଳାଙ୍କ ଦେହାବଶେଷ ବୋଲି ପୋଲିସ ଅନୁମାନ କରିଛି। ତେବେ ଏହି ମୃତ ମହିଳା ଜଣଙ୍କର ପରିଚୟ ଏଯାଏଁ ମିଳି ପାରିନାହିଁ । ତେବେ କିଏ ଓ କାହିଁକି ଏହି ହତ୍ୟା କରିଛି, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details