ବଲାଙ୍ଗୀର :କୋରୋନାର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ପୁଣି ଥରେ ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବଢିବାରେ ଲାଗିଲାଣି । କୋରୋନାରେ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ମୃତଦେହ ନେବା ପାଇଁ ମିଳିଲାନି ଗାଡି । ଫଳରେ ମୃତଦେହ ଦୀର୍ଘ 24 ଘଣ୍ଟା ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।
ମିଳିଥିବା ସୂଚନା ଅନୁସାରେ ଉଳବା ଗ୍ରାମର ଜଣେ ମହିଳାଙ୍କୁ ଶ୍ବାସ କ୍ରିୟାରେ କଷ୍ଟ ଅନୁଭବ ହୋଇଥିବା ଯୋଗୁ ପରିବାର ଲୋକେ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତକାଲି ଭର୍ତ୍ତି କରିଥିଲେ । ତେବେ କୋଭିଡ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।