ଓଡିଶା

odisha

By

Published : Sep 13, 2022, 8:56 PM IST

ETV Bharat / state

ମରିଗଲା ମାନବିକତା, ମା'ର ମୃତଦେହ କାନ୍ଧେଇଲା ଝିଅ

ବଲାଙ୍ଗୀରରେ ବୃଦ୍ଧାଙ୍କୁ କାନ୍ଧ ଦେଲେନି ପଡ଼ୋଶୀ । ଶେଷରେ ମା'ର ମୃତଦେହକୁ କାନ୍ଧେଇଲା ଝିଅ । ଅଧିକ ପଢନ୍ତୁ

ମରିଗଲା ମାନବିକତା, ମା'ର ମୃତଦେହ କାନ୍ଧେଇଲା ଝିଅ
ମରିଗଲା ମାନବିକତା, ମା'ର ମୃତଦେହ କାନ୍ଧେଇଲା ଝିଅ

ବଲାଙ୍ଗୀର: ଜିଲ୍ଲାର ସଇଁତଳା ଗ୍ରାମରେ ଦେଖିବାକୁ ମିଳିଛି ଅଶୋଭନୀୟ ଘଟଣା । ସାମାଜିକ ବାସନ୍ଦ ହୋଇଥିବା ବୃଦ୍ଧାଙ୍କୁ କେହି ସାହା ହୋଇନଥିବା ବେଳେ ଶେଷରେ ଝିଅ କାନ୍ଧେଇଛି ମା'ର ମୃତଦେହ । ପଡ଼ୋଶୀ ବୃଦ୍ଧାଙ୍କ ଅନ୍ତିମକ୍ରିୟାରେ ସାହାଯ୍ୟ କରିନଥିବା ବେଳେ ସ୍ଥାନୀୟ ସରପଞ୍ଚ ଆଗକୁ ଆସିଥିବା ଜଣାପଡ଼ିଛି ।

ମରିଗଲା ମାନବିକତା, ମା'ର ମୃତଦେହ କାନ୍ଧେଇଲା ଝିଅ

ଜିଲ୍ଲାର ସଇଁତଳା ବ୍ଲକ କରମତୁଲା ଗ୍ରାମ ପଞ୍ଚାୟତର ତୁଷ୍ଟାପାଲି ଗ୍ରାମର ଏକା ରହୁଥିବା ବୃଦ୍ଧା ନୃପ ଚିନ୍ଦାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତାଙ୍କ ପାଖରେ ଥିବା ଝିଅ ତୁଳସୀ ନାଏକ ଅସହାୟ ଅବସ୍ଥାରେ ପାଖ ପଡୋଶୀଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ । ହେଲେ ସାମାଜିକ ବାସନ୍ଦ ଭୟରୁ ପଡୋଶୀମାନେ କେହି ଜଣେ ବି ପାଖ ମାଡ଼ି ନଥିଲେ। ସେପଟେ ଝିଅ ଜଣକ ନିଜେ ମା'ର ମୃତଦେହକୁ କାନ୍ଧ ଦେଇଥିଲେ ଏବଂ ପାଖରେ ଥିବା ଶ୍ମଶାନକୁ ନେଇଥିଲେ ।

ଏହା ବି ପଢନ୍ତୁ- ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେପଟେ ଏନେଇ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାଗ ଆଗକୁ ଆସିଥିଲେ । ସରପଞ୍ଚ ନିଜେ କାଠ ଯୋଗାଡ଼ କରିବା ପରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା । ସେହିପରି ସରପଞ୍ଚ ସଂପୃକ୍ତ ଅସହାୟ ଝିଅକୁ ଚାଉଳ, କପଡ଼ା ଓ ଦୁଇ ହଜାର ଟଙ୍କା ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରିଥିଲେ । ତେବେ ଜାତି ସମାଜ ଏଭଳି ବାସନ୍ଦ କରିବା ଓ ମୃତ୍ୟୁ ବେଳେ ମଧ୍ୟ କେହି ସାହା ନ ହେବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଝିଅ ତୁଳସୀ କହିଛି, "ଘରେ ଦୁଇ ମାଆ ଝିଅ ରହୁଥିଲୁ । ମାଆକୁ ଜ୍ବର ହେବାରୁ ଘରେ ପଡ଼ିଥିଲା । ମୁଁ କୁଲିଭୁତି କରି ଯାହା ରୋଜଗାର କରୁଥିଲି ସେଥିରେ ଆମେ ଚଳିବା ସହ ମାଆର ଚିକିତ୍ସା କରୁଥିଲି । ହେଲେ ଠିକ ଭାବେ ମାଆର ଯତ୍ନ ନେଇ ପାରିଲି ନାହିଁ, ମୋ ମାଆ ମରିଗଲା । ତାପରେ ପଡ଼ାବାସୀଙ୍କୁ ମାଆର ସଂସ୍କାର ପାଇଁ କହିଲି, ସେମାନେ ମନାକଲେ । ଶେଷରେ କାନ୍ଦି କାନ୍ଧି ମାଆର ମୃତଦେହକୁ ନିଜେ ବୋହି ନେଉଥିଲେ । ତେବେ ସରପଞ୍ଚ ଜାଣିବା ପରେ ଟ୍ରାକ୍ଟର ଓ କାଠ ପଠାଇ ଦେଇଥିଲେ । ମୁଁ ମୋର ୩ଟି ଛୁଆକୁ ଧରି ମାଆର ମୃତଦେହ ସଂସ୍କାର କରିଥିଲି । ସରପଞ୍ଚ ଟଙ୍କା, ଶାଢୀ, ପରିବା ଓ ଚାଉଳ ପଠେଇ ଦେଇଥିଲେ । ସେଥିରେ ମାଆର ସୁଧକ୍ରିୟା କରିଛି ।"

ଏ ନେଇ ସରପଞ୍ଚ ତିଳୋତ୍ତମା ବାଗ କହିଛନ୍ତି, " ମୁଁ ଘଟଣା କଣ ହୋଇଛି ଜାଣିବା ପାଇଁ ପ୍ରଥମେ ମୋ ସ୍ବାମୀଙ୍କୁ ପଠାଇଥିଲି । ଏହାପରେ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ପରିବାରକୁ ସହଯୋଗ କରିବା ଲାଗି କାଠ ଯୋଗାଡ଼ କରିଥିଲୁ । ଖାଇବା ପିଇବା ଲାଗି ମୃତ ବୃଦ୍ଧାଙ୍କ ଝିଅକୁ କିଛି ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ଝିଅକୁ ୨୦୦୦ ଟଙ୍କା ଦିଆଯାଇଛି । "

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details