ଓଡିଶା

odisha

ETV Bharat / state

ଓଡିଆ ଶ୍ରମିକଙ୍କୁ ତେଲେଙ୍ଗାନାରେ ନିର୍ଯାତନା, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ନିବେଦନ - ଦାଦନ ଯନ୍ତ୍ରଣା

ପୁଣି ସାମ୍ନାକୁ ଆସିଛି ଦାଦନ ଯନ୍ତ୍ରଣା । ଇଟାଭାଟିରେ କାମ କରୁଥିବା ଦାଦନଙ୍କୁ ମାଲିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ । ଉଦ୍ଧାର କରିବା ପାଇଁ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଲେ ଶ୍ରମିକ ।

dadan torcher in telangana by owner
ପୁଣି ସାମ୍ନାକୁ ଆସିଛି ଦାଦନ ଯନ୍ତ୍ରଣା

By

Published : May 8, 2020, 11:09 AM IST

ବଲାଙ୍ଗୀର:ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣା । ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହେଉଥିବାର ଅଭିଯୋଗ ଆସିଛି ତେଲେଙ୍ଗାନାରୁ । ବଲାଙ୍ଗୀର ଜିଲ୍ଲା ବେଲ୍ ପଡା ବ୍ଲକର ହଟକଟ, କୁତ୍ ମୁଣ୍ଡା ଓ ସାଇମରା ଗାଁର ପ୍ରାୟ 30 ଶ୍ରମିକ କିଛି ମାସ ତଳେ ନିଜ ପରିବାର ସହ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ।

ପୁଣି ସାମ୍ନାକୁ ଆସିଛି ଦାଦନ ଯନ୍ତ୍ରଣା

ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡୀ ଅଞ୍ଚଳରେ ଏମାନେ ଏକ ଇଟାଭାଟିରେ କାମ କରୁଥିବା ବେଳେ ସେଠିକାର ମାଲିକ ଏମାନଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟ କିଛି ଉପାୟ ନପାଇ ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଉଦ୍ଧାର ପାଇଁ ଗୁହାରି କରିଛନ୍ତି ଶ୍ରମିକମାନେ । ସେପଟେ ଏହି ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବାର ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମହ ଓ୍ବାହିଦଙ୍କ , ଇଟିଭି ଭାରତ

ABOUT THE AUTHOR

...view details