ଓଡିଶା

odisha

ETV Bharat / state

ଦାଦନ ସମସ୍ୟା: ନିର୍ମାଣ ଶ୍ରମିକ ଯୋଜନାରୁ ସୁବିଧା ମିଳୁ ନଥିବା ଅଭିଯୋଗ

ପୁଣି ସାମ୍ନାକୁ ଆସିଲା ଦାଦନ ସମସ୍ୟା । ନିର୍ମାଣ ଶ୍ରମିକ ଯୋଜନାରୁ ସୁବିଧା ମିଳୁ ନଥିବା ଅଭିଯୋଗ । କୋଭିଡ ସହାୟତା ଟଙ୍କ ବିଭାଗୀୟ ଅଧିକାରୀ ହଡପ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ.....

dadan problem in balangir
ନିର୍ମାଣ ଶ୍ରମିକ ଯୋଜନାରୁ ସୁବିଧା ମିଳୁ ନଥିବା ଅଭିଯୋଗ

By

Published : Oct 6, 2020, 9:06 AM IST

ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଦାଦନଙ୍କ ପାଇଁ ରହିଛି ଅନେକ ଯୋଜନା । ହେଲେ ଏହି ଯୋଜନା ବଟାମାରଣା ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ବେଳପଡା ବ୍ଲକରୁ । ରାଜ୍ୟ ସରକାରଙ୍କ ଅଧିନରେ ଥିବା ନିର୍ମାଣ ଶ୍ରମିକ ଯୋଜନାରେ ଏହି ଅଞ୍ଚଳର ଦାଦନ ପଞ୍ଜିକୃତ କରିଛନ୍ତି । ହେଲେ ଏଯାଏଁ ଏହି ଯୋଜନାର ସୁବିଧା ପାଇ ନଥିବା ଅଭିଯୋଗ ହୋଇଛି ।

ନିର୍ମାଣ ଶ୍ରମିକ ଯୋଜନାରୁ ସୁବିଧା ମିଳୁ ନଥିବା ଅଭିଯୋଗ

ନିର୍ମାଣ ଶ୍ରମିକ ଯୋଜନାରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ଅନେକଙ୍କୁ ଶ୍ରମିକ କାର୍ଡ ମଧ୍ୟ ମିଳି ନ ଥିବା ବେଳେ ନିକଟରେ ସରକାର ଦେଇଥିବା କୋଭିଡ ସହାୟତା ମଧ୍ୟ କେହି ପାଇ ନାହାନ୍ତି । କିନ୍ତୁ ଏହି ଟଙ୍କା ଏମାନଙ୍କ ନାଁରେ ଉଠାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଦାଦନ ସର୍ଦ୍ଦାର ଓ ବିଭାଗୀୟ ଅଧିକାରୀ ସମ୍ପୃକ୍ତି ରହିଛି ବୋଲି କହିଛନ୍ତି ଶ୍ରମିକ । ଏହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ABOUT THE AUTHOR

...view details