ଓଡିଶା

odisha

By

Published : Nov 9, 2022, 10:17 AM IST

ETV Bharat / state

ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୋଲିସ, 6 ଗିରଫ

ବଲାଙ୍ଗୀର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଡକାୟତି ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

lootera gang arrests in balangir
ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୋଲିସ, 6 ଗିରଫ

ବଲାଙ୍ଗୀର:ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ହତ୍ୟା, ଲୁଟରାଜ, ଦଙ୍ଗା ଭଳି କାଣ୍ଡ ଘଟାଇ ଚାଲିଛନ୍ତି। ପୋଲିସ ଏହାକୁ ପ୍ରତିହତ କରିବାକୁ ଲଗାତାର ପଦକ୍ଷେପ ମଧ୍ୟ ନେଉଛି । ଏହି ସମୟରେ ଜିଲ୍ଲାର କେତେକ ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସ ହାବୁଡ଼ରେ ପଡୁଛନ୍ତି । ସହରର ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ ।

ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୋଲିସ

ସୂଚନା ଅନୁସାରେ ବଲାଙ୍ଗୀର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଷ୍ଣୁମୁଣ୍ଡାରେ ଚଢ଼ାଉ କରିଥିଲା । ସେଠାରେ ଡକାୟତି ଯୋଜନା କରୁଥିବା ଏକ ବଡ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ଏହି ଘଟଣାରେ 6 ଜଣ ଗିରଫ ହୋଇଥିବାବେଳେ ସେମାନେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ବଲାଙ୍ଗୀର ବିଷ୍ଣୁ ମୁଣ୍ଡାର ଶ୍ରୀକାନ୍ତ ସୁନା, ନିତେଇ ନନ୍ଦ, ସୁମନ ବାଗ ଓ ସୁଦାମ ସୁନା, ସେହିପରି ବଲାଙ୍ଗୀର ମାଲ ଗୋଦାମ ପଡାର ଧନେଶ୍ୱର ନାଗ ଓ ତେଜେରାଜ ନନ୍ଦକୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଭୁଜାଲି, ମୋଟର ସାଇକେଲ ଓ ଏକ ବନ୍ଧୁକ ଜବତ ହୋଇଛି । ଏଥିସହ 6ଟି ମୋବାଇଲ ଏବଂ ତିନୋଟି ବାଇକ ମଧ୍ୟ ପୋଲିସ ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ଆକାଶ ଦୋଳିରୁ ଖସି ଯୁବକଙ୍କ ମୃତ୍ୟୁ, ଚାଲିଗଲା ପରିବାର ଏକ ମାତ୍ର ରୋଜଗାରିଆ

ଏନେଇ ବଲାଙ୍ଗୀର ଥାନା ଏସଡିପିଓ କହିଛନ୍ତି, " ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ହତ୍ୟା ଉଦ୍ୟମ, ଲୁଟ, ଡକାୟତି ଭଳି ବିଭିନ୍ନ ମାମଲା ରହିଛି। ଏମାନେ ପେଷାଦାର ଅପରାଧ କରୁଥିବାବେଳେ ନିଜ ଫେସବୁକରେ ମଧ୍ୟ ବନ୍ଧୁକ ପିସ୍ତଲ ଓ ଖଣ୍ଡା ଇତ୍ୟାଦି ଧରି ଫୋଟୋ ଛାଡି ଲୋକଙ୍କୁ ଭୟଭୀତ କରୁଛନ୍ତି।" ଏମାନଙ୍କୁ ଗିରଫ କରି ସହର ମଧ୍ୟରେ ଘଟାଇଥିବା ଅପରାଧର ସିନ ରିକ୍ରିଏସନ ହୋଇଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details