ଓଡିଶା

odisha

ETV Bharat / state

ବଲାଙ୍ଗୀର ବେଆଇନ କଫ୍ ସିରଫ ନିଶା କାରବାରର ପର୍ଦ୍ଦାଫାଶ: ଭୁବନେଶ୍ବରରୁ ମାଷ୍ଟରମାଇଣ୍ଡ ଗିରଫ

ବଲାଙ୍ଗୀରରେ ଅବାଧ ବେଆଇନ କଫ ସିରଫ ନିଶା କାରବାର ଚାଲିଥିବାର ‘‘ଇଟିଭି ଭାରତ’’ରେ ପ୍ରସାରିତ ହୋଇଥିଲା । ଯାହାଫଳରେ ସୋମବାର ଏହି ଅବାଧ କଫ ସିରଫ ନିଶା କାରବାର ମାଷ୍ଟରମାଇଣ୍ଡକୁ ତଥା ସାନ ଓରଫ ଗୋବିନ୍ଦ ନେଗିକୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି ।

By

Published : May 20, 2019, 8:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଗିରଫ ହେଲା ବଲାଙ୍ଗୀର କଫ ସିରଫ ନିଶା କାରବାରର ମାଷ୍ଟରମାଇଣ୍ଡ । ସୋମବାର ଭୁବନେଶ୍ବରରୁ ପୋଲିସ ଏହି ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ବଲାଙ୍ଗୀରରେ ଅବାଧ ବେଆଇନ କଫ ସିରଫ ନିଶା କାରବାର ଚାଲିଥିବାର ‘‘ଇଟିଭି ଭାରତ’’ରେ ପ୍ରସାରିତ ହୋଇଥିଲା । ଯାହାଫଳରେ ଏହି ରିପୋର୍ଟ ଆଧାରରେ ବଲାଙ୍ଗୀର ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ସୋମବାର ଏହି ଅବାଧ କଫ ସିରଫ ନିଶା କାରବାର ମାଷ୍ଟରମାଇଣ୍ଡକୁ ତଥା ସାନ ଓରଫ ଗୋବିନ୍ଦ ନେଗିକୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ମାଷ୍ଟରମାଇଣ୍ଡ ଗୋବିନ୍ଦ ନେଗିଙ୍କ ସହ ଜଡିତ ଥିବା ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ କ୍ଷେତି ପୂର୍ବରୁ ଗିରଫ ହୋଇଥିବାବେଳେ ପୋଲିସକୁ ଆକ୍ରମଣ କରି ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲା । ତେବେ ତାକୁ ମଧ୍ୟ ପୋଲିସ ଭୁବନେଶ୍ୱରରୁ ଗିରଫ କରିବାରେ ସଫଳ ହୋଇଛି ।


ତେବେ ମାଷ୍ଟରମାଇଣ୍ଡ ଗୋବିନ୍ଦ ନେଗି ମିଛ କମ୍ପାନୀ ନାଁରେ ରାୟପୁରର ଏକ ସାଏ ସରଜିକ କମ୍ପାନୀରୁ ଏହି ସବୁ କଫ ସିରଫ କ୍ରୟ କରି ବଲାଙ୍ଗୀର ଟ୍ରେନ ଯୋଗେ ଆଣୁଥିଲା । ଯାହାର ମାସିକ ବେପାର ୧୫ଲକ୍ଷରୁ ଊର୍ଦ୍ଧ୍ବ ଥିବାବେଳେ ଲକ୍ଷାଧିକ କଫ ସିରଫ ବଲାଙ୍ଗୀର ତଥା ଆଖପାଖ ଅଞ୍ଚଳକୁ ଯୋଗାଣ ହେଉଥିଲା ।

ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ବଲାଙ୍ଗୀର ପୋଲିସ ରାୟପୁରର ସମ୍ପୃକ୍ତ ମୁଖ୍ୟ ଯୋଗାଣକାରୀ କମ୍ପାନୀ ସାଏ ସରଜିକ ଉପରେ ଚଢଉ କରିଥିଲା । କମ୍ପାନୀର ମାଲିକ ଲାଲବିହାରି ଏବେବି ଫେରାର ଥିବା ପୋଲିସ କହିଛି ।

ସେପଟେ ପୋଲିସ ପୂର୍ବରୁ ଏହି ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଥିବାବେଳେ ଏବେ ଏହାର ମାଷ୍ଟରମାଇଣ୍ଡ ସହ ତାର ସହଯୋଗୀକୁ ଗିରଫ କରିଛି । ତେବେ ପୋଲିସ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେପଟେ ଏହି ମାମଲାରେ ଫେରାର ଥିବା ଅନ୍ୟମାନଙ୍କର ଖାନ ତଲାସି ଏବେବି ପୋଲିସ ଜାରି ରଖିଛି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details