ଓଡିଶା

odisha

ETV Bharat / state

ଆସାମରୁ ଆସିଲା ସିଆରପିଏଫ ବଲାଙ୍ଗୀର ପୁଅର ପାର୍ଥିବ ଶରୀର - ସିଆରପିଏଫ ପୁଅର ପାର୍ଥିବ ଶରୀର

ଗୁମୁରି ଗୁମୁରି କାନ୍ଦିଲା ଗାଁ । ଆସାମର ଆସିଲା ସିଆରପିଏଫ ପୁଅର ପାର୍ଥିବ ଶରୀର । ଶୋକାକୁଳ ପରିବେଶରେ ହେଲା ମୃତ ଯବାନଙ୍କ ଅନ୍ତିମ ସଂସ୍କାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Aug 1, 2019, 6:11 PM IST

ବଲାଙ୍ଗୀର: ଜନ୍ମମାଟିରେ ପହଞ୍ଚିଲା ସିଆରପିଏଫ ଯବାନଙ୍କ ମୃତଦେହ । ଆସାମରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଟ୍ରେନ ଯୋଗେ ତାଙ୍କ ପାର୍ଥିବ ଶରୀର ବଲାଙ୍ଗୀର ଅଣାଯାଇଛି । ଯେଉଁଠି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର ସମ୍ପର୍ନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ମୃତ ଯବାନ ଜଣକ ବଲାଙ୍ଗୀର ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ କୁଟେନପାଳି ଗାଁର ନିବାସୀ ଥିଲେ । ଗତ 2013ରେ ସେ ସିଆରପିଏଫରେ ଯୋଗଦାନ କରି 175 ବାଟାଲିୟନରେ ଆସାମ ରାଜ୍ୟ ଶିଳାଚରରେ ଥିଲେ । ତେବେ ସେଠି ଟ୍ରେନିଂ ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଜି ଅନ୍ତିମ ସଂସ୍କାର ବେଳେ ବଲାଙ୍ଗୀର 189 ସିଆରପିଏଫ ବାଟାଲିୟନର ସମସ୍ତ ଯବାନ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details