ଓଡିଶା

odisha

ETV Bharat / state

ଅଦିନିଆ ବର୍ଷାରେ ଭିଜିଲା ବଲାଙ୍ଗୀର - ଭିଜିଲା ବଲାଙ୍ଗୀର

ଅଦିନିଆ ବର୍ଷାରେ ଭିଜିଲା ବଲାଙ୍ଗୀର । ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ମଣ୍ଡିରେ ଭିଜୁଛି। ଅଧିକ ପଢନ୍ତୁ...

crop damaged by rain in balangir
ଭିଜିଲା ବଲାଙ୍ଗୀର

By

Published : Feb 8, 2020, 5:30 PM IST

ବଲାଙ୍ଗୀର:ଅଦିନିଆ ବର୍ଷାରେ ଭିଜିଲା ବଲାଙ୍ଗୀର । ଗତ 2 ଦିନ ହେଲା ବଲାଙ୍ଗୀରରେ ପାଗ କୋହଲା ରହିଥିବା ବେଳେ ବର୍ଷା ମଧ୍ୟ ଜାରି ରହିଛି । ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଗତ ସନ୍ଧ୍ୟାରୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଶନିବାର ଏହାର ପରିମାଣ ବଢିଛି । ବର୍ଷା ସାଙ୍ଗକୁ ଥଣ୍ଡା ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ଯୋଗୁଁ ରାସ୍ତାଘାଟ ଖାଁ ଖାଁ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ସେ ପଟେ, ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ମଣ୍ଡିରେ ଭିଜୁଥିବା ବେଳେ ପରିବା ଚାଷୀଙ୍କ ଅବସ୍ଥା ନ କହିବା ଭଲ । ବର୍ଷାକୁ ନେଇ ଚାଷୀ କୂଳ ଦୁଃଖରେ ଅଛନ୍ତି।

ଭିଜିଲା ବଲାଙ୍ଗୀର

ବଲାଙ୍ଗୀରରୁ ଶେଖ ମହମ୍ମହ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details