ଓଡିଶା

odisha

ETV Bharat / state

Fake Certificate Racket: ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଆଇଜି, ବଢିପାରେ ଗିରଫ ସଂଖ୍ୟା - ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା

ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା । କ୍ରାଇମବ୍ରାଞ୍ଚ ଆଇଜି ନିଜେ କଲେ ସରଜମିନ ତଦନ୍ତ । ଆଗକୁ ଏଥିରେ ଆହୁରି ବଢିବ ଗିରଫ ସଂଖ୍ୟା । ଅଧିକ ପଢନ୍ତୁ

Fake Certificate Racket
Fake Certificate Racket

By

Published : Apr 7, 2023, 8:12 AM IST

Fake Certificate Racket

ବଲାଙ୍ଗୀର:ଜାଲ ସାର୍ଟିଫିକେଟ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ ଆଇଜି ଜିଲ୍ଲାରେ ଉପସ୍ଥିତ ରହି ତଦନ୍ତରେ ସାମିଲ ହୋଇଥିବା ବେଳେ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମ୍ପର୍କୀୟକୁ ଡାକି ପଚରାଉଚରା କରିଛନ୍ତି । ମନୋଜ ମିଶ୍ରର ସ୍ତ୍ରୀ ଓ ଆଲୋକ ଉଦଗାତାଙ୍କ ସ୍ତ୍ରୀଙ୍କୁ ଗୁରୁବାର ଟାଉନ ଥାନାକୁ ଡାକି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜାଲ ସାର୍ଟିଫିକେଟ ମାମଲାରେ ତାଙ୍କର ସମ୍ପୃକ୍ତିକୁ ନେଇ ପଚରାଉଚରା କରାଯାଇଥିଲା ।

ସେହିପରି ରାତିରେ ନିଜେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିନହା ଜାଲ ସାର୍ଟିଫିକେଟର କେନ୍ଦ୍ର ରିଲାଏନ୍ସ କୋଚିଂକୁ ଯାଇ ସରଜମିନ ତଦନ୍ତ କରିଥିଲେ । ତେବେ ଗୋଟିଏ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ସେଠାରେ ଉପସ୍ଥିତ ରହି ଟିକି ନିଖି ତଦନ୍ତ କରିଥିଲେ । ସେପଟେ ଅନ୍ୟ ଅଧିକାରୀ ମାନେ ଜିଲ୍ଲା ଓ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଏହି ଜାଲ ସାର୍ଟିଫିକେଟ ରାକେଟରେ ଏବେ ମୁଖ୍ୟ ଅଭିଯୁକ୍ତଙ୍କ ସହ ମୋଟ 19 ଜଣ ଗିରଫ ହୋଇଛନ୍ତି ।

ଗତ ବୁଧବାର ଦିନ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତା ସହ ଚାରି ଜଣଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଛି । ସେମାନଙ୍କୁ ବଲାଙ୍ଗୀର ରିଜର୍ବ ପୋଲିସ ବେରେକରେ ରଖି ଅଧିକ ତଦନ୍ତ ଜାରି ରହିଛି । ତେବେ ଆଗକୁ ଏହି ମାମଲାରେ ଆହୁରି ଗିରଫ ହେବା ନେଇ କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ମିଳିଛ।

ତେବେ ଡାକ ବିଭାଗର ଅଭିଯୋଗ କ୍ରମେ ପୋଲିସ ପ୍ରଥମେ ପଦକ୍ଷେପ ନେଇ ଜାଲ ସାର୍ଟିଫିକେଟ ରାକେଟକୁ ଧରିଥିଲା । ଯାହାର ଚେର ରାଜ୍ୟ ଓ ରାଜ୍ୟ ବାହାରକୁ ଲମ୍ବି ଥିବା ବେଳେ ଏହାର ଅଧିକ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଞ୍ଚର ହାତକୁ ଯାଇଥିଲା । ତେବେ କ୍ରାଇମବ୍ରାଞ୍ଚର ଟିମ ବଲାଙ୍ଗୀର ଆସିବା ପରଠୁ ଆଜି ଯାଏଁ ଏହି ମାମଲାରେ ଅନେକ ସ୍ଥାନରେ ଚଢ଼ାଉ, ବିଭିନ୍ନ ବିଭାଗରେ ଖାନତଲାସୀ ଓ ଅଧିକାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ବିଗତ ପାଞ୍ଚ ଦିନ ମଧ୍ୟରେ ତାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସହିତ ଅନ୍ୟମାନଙ୍କର ଲିଙ୍କ, ଜାଲ ସାର୍ଟିଫିକେଟ ଧାରୀ, ଆର୍ଥିକ ନେଣ ଦେଣ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଷୟରେ ତଦନ୍ତ କରୁଥିବାର ଜଣା ପଡ଼ିଛି। ଏବଂ ଏଥିରେ ସମ୍ପୃକ୍ତି ଥିବା ଆହୁରି ବ୍ୟକ୍ତି ଗିରଫ ହେବେ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ସେପଟେ ଏହି ଜାଲ ସାର୍ଟିଫିକେଟ କାରବାର ଦୀର୍ଘ ସାତ ଆଠ ବର୍ଷ ହେବ ଚାଲିଥିବା ବେଳେ ଏଯାଏଁ କେତେ ଜାଲ ସାର୍ଟିଫିକେଟ ଏମାନେ ବିକ୍ରି କରିଛନ୍ତି ତାହାର ହିସାବ ପାଇବାରେ କ୍ରାଇମବ୍ରାଞ୍ଚକୁ କାଠିକର ହୋଇପାରେ । ସେହିପରି କେତେ ଏହି ଜାଲ ସାର୍ଟିଫିକେଟ ନେଇ ବିଭିନ୍ନ ସରକାରୀ ବିଭାଗରେ ଚାକିରି କରୁଛନ୍ତି ? ମୋଟ କେତେ ସଂଖ୍ୟାରେ ଜାଲ ସାର୍ଟିଫିକେଟ ଧାରୀ ଅଛନ୍ତି ? କିଏ ଦଲାଲ ଭାବରେ ଏମାନଙ୍କୁ ସହଯୋଗ କରୁଥିଲା ? ରାଜ୍ୟ ବାହାର କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ସ୍କୁଲ କର୍ତ୍ତୃପକ୍ଷଙ୍କ ଏଥିରେ ସମ୍ପୃକ୍ତି ଅଛି କି ନାହିଁ ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । କ୍ରାଇମବ୍ରାଞ୍ଚ ଏହି ମାମଲାରେ କେତେ ସଫଳ ହେବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details