ଓଡିଶା

odisha

ETV Bharat / state

‘ଯୁବକଙ୍କୁ ଚାକିରୀ ଦେବା ସହ କୃଷକଙ୍କୁ ପ୍ରାଧାନ୍ୟ ଦେବି’

ସମରେନ୍ଦ୍ର ମିଶ୍ରଙ୍କୁ କଂଗ୍ରେସ ଏଥର ବଲାଙ୍ଗିରି ଲୋକସଭା ଆସନ ପାର୍ଥୀ ଭାବେ ଚୟନ କରିଛି। ତେବେ ସେ ଲୋକସଭା ନିର୍ବାଚନ ଜିତିଲେ ଯୁବକଙ୍କୁ ଚାକିରୀ ଦେବା ସହ କୃଷକଙ୍କୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ।

By

Published : Apr 1, 2019, 11:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିରି

ବଲାଙ୍ଗିରି: ଓଡିଶାର ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ କଂଗ୍ରେସ ଏଥର ବଲାଙ୍ଗିର ଲୋକସଭା ପାର୍ଥୀ ଭାବେ ଚୟନ କରିଛି। ସମରେନ୍ଦ୍ର ନିର୍ବାଚନରେ ନୂଆହୋଇଥିଲେ ମଧ୍ୟ ରାଜନିତୀରେ କିନ୍ତୁ ପୁରୁଣା । ତେବେ ସେ ଲୋକସଭା ନିର୍ବାଚନ ଜିତିଲେଯୁବକଙ୍କୁ ଚାକିରୀ ଦେବା ସହ କୃଷକଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ତେବେଦଳର ନିର୍ବାଚନୀ ସ୍ଲୋଗାମ ରହିଛି ‘ଛାଡିକରି ଆମର୍ ମାର୍ ମାଟି ନାଇଯିବୁ ଆମେ ଦାଦନ ଖଟି’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିରି

ସେହିପରି ବିଧାନସଭା ମଣ୍ଡଳିର ଉନ୍ନତି ପାଇଁ ସେ ପ୍ରଥମେ ଏଠାକାର ଭିତ୍ତିଭୂମୀ ସୃଷ୍ଟି କରିବା ସହ ଶିଳ୍ପର ବିକାଶ ମଧ୍ୟ କରିବେ । ଯାହାଦ୍ୱାରା ଏଠାକାର ରୋଜଗାର ସୁଦୃଢ ହେବ ବୋଲି କହିଛନ୍ତି । ସେହିପରି ଲୋୟର ଶୁକତେଲ ପ୍ରକଳ୍ପ, ବାଇପାସ, ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଭଳି ପ୍ରକଳ୍ପ ଇତ୍ୟାଦି ଆଜି ପର୍ଯ୍ୟନ୍ତ ଅଧାପାନ୍ତରିଆ ହୋଇ ପଡିରହିଛି । ତେଣୁ ସେସବୁକୁ ନେଇ ସରକାରଙ୍କ ଆଗରେ ଉପସ୍ଥାପନକରିବେ ବୋଲି ସମରେନ୍ଦ୍ର କହିଛନ୍ତି ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details