ଓଡିଶା

odisha

ETV Bharat / state

ଉପରମୁହାଁ କୋରୋନା ଗ୍ରାଫ, ପ୍ରସ୍ତୁତି ଜୋରଦାର କଲା ବଲାଙ୍ଗୀର ପ୍ରଶାସନ

ବଲାଙ୍ଗୀର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ସହ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଛନ୍ତି । ଅଧିକ ପଢନ୍ତୁ...

By

Published : Apr 17, 2021, 9:23 AM IST

covid19 second wave preparation by bolangir district administration
ବଲାଙ୍ଗୀର ଜିଲ୍ଲା ପ୍ରଶାସନର କୋରୋନା ପ୍ରସ୍ତୁତି

ବଲାଙ୍ଗୀର:ଜିଲ୍ଲାରେ କୋରୋନା ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦୈନିକ ଶତାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ସହ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଛନ୍ତି।

ବଲାଙ୍ଗୀର ଜିଲ୍ଲା ପ୍ରଶାସନର କୋରୋନା ପ୍ରସ୍ତୁତି

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଥମେ ଟେଷ୍ଟିଂକୁ ଗୁରୁତ୍ଵ ଦିଆଯାଇ ଦୈନିକ 15 ଶହ ଟେଷ୍ଟ କରାଯାଉଛି । ସେହିପରି ଆରଟିପିସିଆର ଟେଷ୍ଟକୁ ଗୁରୁତ୍ଵ ଦେଇ ନୂଆ ଆରଟିପିସିଆର ମେସିନ ବ୍ୟବସ୍ଥା କରାଯାଇଛି । ଏହାଛଡା ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଅଧିକ 15 ଟି ଆଇସିୟୁ ବ୍ୟବସ୍ଥା କରାଯାଇଛି । ଯାହାପରେ ଏଠି 35ଟି ଆଇସିୟୁ ବେଡ଼ ଉପଲବ୍ଧ ହେବ। ଏହାଛଡା କିମ୍ସ ଡାକ୍ତରଖାନାରେ 20ଟି ଆସିୟୁ ସହିତ 80ଟି ଶଯ୍ୟା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଏହା ସହ ସବୁ ବ୍ଲକରେ ରାପିଡ ଆକ୍ସନ ଟିମ୍ ରହି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ତେବେ ଏହି ସବୁ ପ୍ରସ୍ତୁତି ସହ ଜିଲ୍ଲା ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛି। ଯେଉଁଥିରେ ଜିଲ୍ଲାକୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟ କରିଛି।

ସେହିପରି 19 ତାରିଖରୁ ଜିଲ୍ଲାର ସବୁ ଆନ୍ତଃ ରାଜ୍ୟ ବସ ସେବା ବନ୍ଦ କରାଯିବାର ନିଷ୍ପତ୍ତି ହୋଇଛି । ଏହାଛଡା 17 ତାରିଖରୁ ଜିଲ୍ଲାର ତୁଷୁରା ଏନ୍ ଏସ ସି, କଣ୍ଟାବାଞ୍ଜି, ଟିଟିଲାଗଡ, ପାଟଣାଗଡ଼ ଓ ବଲାଙ୍ଗୀର ସହରରେ ନାଇଟ କର୍ଫ୍ୟୁ ସମୟ ବୃଦ୍ଧି କରାଯାଇ ସନ୍ଧ୍ୟା 6 ଟାରୁ ସକାଳ ପାଞ୍ଚ ତା ପର୍ଯ୍ୟନ୍ତ ବଳବତ୍ତର ରହିବା ବୋଲି ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details