ବଲାଙ୍ଗୀର:ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ଦିନରେ ପ୍ରଥମ କରି ଏହି ଦୈନିକ ସଂକ୍ରମଣର ସଂଖ୍ୟା ଚାରି ଶତକ ପାର କରି 457ରେ ପହଞ୍ଚିଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହର ସବୁଠି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ବଲାଙ୍ଗୀର ସହର ବା ପୌରାଞ୍ଚଳରୁ କେବଳ 226 ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମାନ ଭାବରେ ବଲାଙ୍ଗୀର ସଦରରୁ 44 ଜଣ, ବେଳପଡାରୁ 23 ଜଣ, ଦେଓଗାଁରୁ 9 ଜଣ, କଣ୍ଟାବାଞ୍ଜିରୁ 42 ଜଣ, ପାଟଣାଗଡ଼ରୁ 33 ଜଣ, ପୁଇଁତଲାରୁ 9 ଜଣ,ସଇଁତଳାରୁ 21 ଜଣ ଓ ଆଗଲପୁରରୁ 10 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ବଢୁଛି ସଂକ୍ରମଣ, ଆତଙ୍କିତ ବଲାଙ୍ଗୀରବାସୀ - ବଲାଙ୍ଗୀର ଖବର
ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ଦିନରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ଚାରି ଶତକ ପାର କରିଛି । ଅଧିକ ପଢନ୍ତୁ...
ବଢୁଛି ସଂକ୍ରମଣ, ଆକଙ୍କିତ ସହରବାସୀ
ବଢୁଛି ସଂକ୍ରମଣ, ଆକଙ୍କିତ ସହରବାସୀ
ଯାହା ପରେ ଜିଲ୍ଲାରେ ମୋଟ ଆକ୍ଟିଭ ମାମଲା 2 ହଜାର 126ରେ ପହଞ୍ଚିଛି। ତେବେ ବର୍ତ୍ତମାନ କୋରୋନା ପରୀକ୍ଷା ଅଧିକ ହେଉଥିବା ବେଳେ ଦୈନିକ 15 ଶହରୁ ଅଧିକ ସ୍ୱାବ ପରୀକ୍ଷା ହେଉଛି । ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେହିଭଳି ବଢି ଚାଲିଛି। ଯାହାକୁ ନେଇ ସାରା ଜିଲ୍ଲାରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ