ଓଡିଶା

odisha

ETV Bharat / state

ମିଲିଲାନି ସ୍ବୀକୃତି, ଜୀବନ ହାରିଲେ ପ୍ରେମୀଯୁଗଳ - suicide

ଗ୍ରହଣ କଲାନି ସମାଜ । ଏକାଠି ମରିବାର ସଙ୍କଳ୍ପ ନେଇ ଆତ୍ମହତ୍ୟା କଲେ ବଲାଙ୍ଗିର ତୁରେଇକେଲା ଅର୍ନ୍ତଗତ ଝରଣୀପଦର ଗାଁର ପ୍ରେମୀ ଯୁଗଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

By

Published : Jun 27, 2019, 10:21 PM IST

ବଲାଙ୍ଗିର: ଜାତି ଓ ସାମାଜିକ ନିୟମ ଉର୍ଦ୍ଧ୍ୱରେ ପ୍ରେମ କରି ଶେଷରେ ଜୀବନ ହାରିଛନ୍ତି ପ୍ରେମୀଯୁଗଳ । ଏପରି ଘଟଣା ଘଟିଛି ବଲାଙ୍ଗିର ତୁରେଇକେଲା ଅର୍ନ୍ତଗତ ଝରଣୀପଦର ଗାଁରେ । ଆଜି (ଗୁରୁବାର) ପୋଲିସ ଉଭୟଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉକ୍ତ ଗାଁ ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ସୂଚନାନୁସାରେ, ଏହି ଗାଁର ଜଣେ ଯୁବକ ଓ ଯୁବତୀ ଦୀର୍ଘ ଦିନରୁ ପ୍ରେମ ସର୍ମ୍ପକରେ ଥିବାବେଳେ ଜାତି ସମାଜ ତାକୁ ସ୍ୱିକାର କରୁନଥିଲା । ଯାହାଫଳରେ ସେମାନେ ଗତ ମଙ୍ଗଳବାର ଦିନ ଘର ଛାଡି ପଳାଇ ଯାଇଥିଲେ । କିନ୍ତୁ ଗୁରୁବାର ଗାଁର କିଛି ଛେଳି ଚରାଳି ଜଙ୍ଗଲକୁ ଯାଇଥିବା ବେଳେ ସେମାନେ ଗଛରେ ଦୁଇ ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ।

ଏନେଇ ତୁରେଇକେଲା ପୋଲିସକୁ ଖବର ଦେଇଥିଲେ । ଦୁଇ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details