ଓଡିଶା

odisha

ETV Bharat / state

ଗର୍ଭବତୀ ପତ୍ନୀକୁ ଡାକ୍ତର ପାଖକୁ ନେଇ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ୨ ଜୀବନ - ବଲାଙ୍ଗୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଗର୍ଭବତୀ ସ୍ତ୍ରୀକୁ ନେଇ ଡାକ୍ତର ପାଖକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

accident
accident

By

Published : Apr 29, 2023, 8:00 AM IST

ବଲାଙ୍ଗୀର: କିଛି ମାସ ପରେ ଘରକୁ ଆସିଥାନ୍ତା କୁନି ଅତିଥି । ଗର୍ଭବତୀ ପତ୍ନୀର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନେଇ ଯାଉଥିଲା ସ୍ବାମୀ । ଭାବିଥିଲେ ଡାକ୍ତରକୁ ଦେଖାଇ ପୁଣି ବାଇକରେ ସ୍ତ୍ରୀକୁ ଧରି ଘରକୁ ଫେରିବେ । ହେଲେ ଅଧା ବାଟରେ ଜଗି ବସିଥିଲା ଜମ । ପଛପଟୁ ତାଙ୍କ ବାଇକକୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ହିଁ ଆଖି ବୁଜିଲେ ଦମ୍ପତି । ଦୁନିଆ ଦେଖିବା ଆଗରୁ ଦୁନିଆରୁ ବିଦାୟ ନେଲା ଗର୍ଭସ୍ଥ ଶିଶୁ । ଗଇନ୍ଦିମାଲ ଗାଁରୁ ମାତ୍ର ଦୁଇ କିମି ଦୂରରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ମୃତକ ହେଲେ ଅଶୋକ ମାଝୀ(୨୬) ଏବଂ ତାଙ୍କ ଗର୍ଭବତୀ ସ୍ତ୍ରୀ ଲଲିତା ମାଝୀ(୨୧) । ଖବର ପାଇ ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁସାରେ, ଦୁହେଁ ବଲାଙ୍ଗୀର ତୁରେକେଲା ବ୍ଲକ ଗଇନ୍ଦିମାଲ ଗାଁର ବାସିନ୍ଦା ଥିଲେ । ସ୍ତ୍ରୀ ଗର୍ଭବତୀ ଥିବାରୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ସେ ବାଇକରେ ସ୍ତ୍ରୀକୁ ନେଇ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ଗଇନ୍ଦିମାଲ ଗାଁରୁ ମାତ୍ର ଦୁଇ କିମି ଗଲା ପରେ ଲାନ୍ଥ ନଦୀ ପାଖରେ ପଛ ପଟୁ ତୁରେକେଲାରୁ ରାୟପୁର ଯାଉଥିବା ଏକ ୭୦୯ ଟ୍ରକ ( ସିଜି-୦୪ଜେ-ସି ୬୦୮୫) ପଛ ପଟୁ ତାଙ୍କ ବାଇକକୁ ଧକ୍କା ଦେବା ଦେଇଥିଲା । ଏହାସହ ଟ୍ରକର ବେଗ ଅଧିବା ରହିଥିବାରୁ ବାଇକ ଉପରେ ମଧ୍ୟ ଚଢିଯାଇଥିଲା । ସେପଟେ ସ୍ଥାନୀୟ ଲୋକେ ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରିବାର ଚେଷ୍ଟା କରିଥିଲେ ସୁଦ୍ଧା ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ଜୀବନ ଚାଲିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ପ୍ଲାଟଫର୍ମକୁ ଆସିବେ ଦେଶର ସବୁ ବୋର୍ଡ, ସବୁ ରାଜ୍ୟ ବୋର୍ଡଠୁ ପରାମର୍ଶ ଲୋଡ଼ିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ଏହା ମଧ୍ୟ ପଢନ୍ତୁ: Mahanadi Water Issue: ସମାଲୋଚନା କରୁଛି ବିଜେଡି, ସରକାରଙ୍କ ଦାୟିତ୍ବ କଣ ପଚାରିଲେ ବିରୋଧୀ

ଖବର ପାଇ ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏହାର ତଦନ୍ତ କରିଛି । ସେପଟେ ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଉତ୍ତେଜିତ ଲୋକେ ଟ୍ରକ ଭଙ୍ଗା ରୁଜା କରିଛନ୍ତି । ତେବେ ଏହି ଘଟଣା ପରେ ଗଇନ୍ଦି ମାଲ ଗାଁରେ ଶୋକର ଛାୟା ଖେଳି ଯାଇଛି । ଭେଣ୍ଡିଆ ପୁଅ ସହ ଗର୍ଭବତୀ ବୋହୂକୁ ହରାଇ ପରିବାର ଲୋକ ନିଜକୁ ସମ୍ଭାଳି ପାରୁନାହାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details