ବଲାଙ୍ଗୀର:ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ଦିବାଲୋକରେ ଅପରାଧୀ ଘରେ ପଶି ଖୁଲମଖୁଲା ବିନା ଭୟରେ କରୁଛନ୍ତି ଅପରାଧ । ଯାହାକି ଏକ ଭାଇରାଲ ଭିଡିଓରୁ ପ୍ରମାଣିତ ହୋଇଛି । କିଛି ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଅପରାଧୀଙ୍କ ମନରେ ଆଇନ କାନୁନର କୌଣସି ଭୟ ଦେଖିବାକୁ ମିଳିନଥିବା ବେଳେ ଦମ୍ପତିଙ୍କୁ ଘରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପୋଲିସ ଆହତ ଦମ୍ପତିଙ୍କ ବୟାନ ରେକର୍ଡ କରି ତଦନ୍ତ କରୁଛି ।
ଗତ ୧୫ ତାରିଖରେ ଘଟିଛି ଏହି ଘଟିଣା । ବଲାଙ୍ଗୀର ଶାସ୍ତ୍ରୀ ନଗରରେ ରହୁଥିବା ଭବାନୀ ଶଙ୍କର ଦୀପ ଓ ତାଙ୍କ ପତ୍ନୀ ଯଶୋବନ୍ତୀ ଦୀପଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଯଶୋବନ୍ତୀ ଦୀପ ଏବେ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ବେଳେ ତାଙ୍କ ସ୍ବାମୀ ଭବାନୀ ଶଙ୍କର ଦୀପ ବୁର୍ଲା ସ୍ଥାନାନ୍ତରିତ ହୋଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ବଲାଙ୍ଗୀର ଶାସ୍ତ୍ରୀ ନଗରରେ ରହୁଥିବା କଣ୍ଟ୍ରାକ୍ଟର ଭବାନୀ ଶଙ୍କରଙ୍କୁ କିଛି ଅପରାଧୀ ଘର ଭିତରକୁ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଏହା ବି ପଢନ୍ତୁ- ପାରିଶ୍ରମିକ ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲେ ଶ୍ରମିକ