ବଲାଙ୍ଗୀର: ବିପୁଳ ପରିମାଣର କଫ ସିରପ ଜବତ କଲା ବଲାଙ୍ଗୀର ପୋଲିସ । ବେଆଇନ ଚାଲାଣ ବେଳେ ପାଟଣାଗଡ ରାସ୍ତା ବାରପୁଡଗିଆ ଛକ ନିକଟରୁ କାର୍ ସହ ବିପୁଳ ପରିମାଣର କଫ ସିରପ ଜବତ କଲା ବଲାଙ୍ଗିର ସଦର ପୋଲିସ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।
ଏକ ଚେଭରୋଲେଟ୍ କାରରେ କଫ ସିରପ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ସଦରଥାନା ଅଧିକାରୀ ତୋଫାନ ବାଗ, ବାରପୁଡଗିଆ ବଗିଚା ଢାବା ନିକଟରେ ଚଢାଉ କରି ଗାଡିର ତଲାସି କରିଥିଲେ । କାରରୁ ୫ ହଜାର ୪ ଶହ ୪୦ ବୋତଲ କଫ ସିରପ ଜବତ କରାଯାଇଛି ।