ETV Bharat Odisha

ଓଡିଶା

odisha

ETV Bharat / state

ବୃଦ୍ଧି ପାଉଛି କଫ୍ ସିରପ୍ ନିଶା କାରବାର - ଅବୈଧ ଭାବରେ କଫ୍ ସିରପ୍ ନିଶା କାରବାର

ବଲାଙ୍ଗୀର ଜିଲ୍ଲାରେ ଅବୈଧ ଭାବରେ କଫ୍ ସିରପ୍ ନିଶା କାରବାର ବୃଦ୍ଧି ପାଉଛି। ଏହାକୁ ନେଇ ତତ୍ପର ହୋଇ ଉଠିଛି ପୋଲିସ। ଆଗକୁ ପଢନ୍ତୁ...

cough syrup drugs taken by students
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Dec 3, 2019, 10:17 PM IST

ବଲାଙ୍ଗୀର: ଜିଲ୍ଲାରେ ଅବୈଧ ଭାବରେ କଫ୍ ସିରପ୍ ନିଶା କାରବାର ବୃଦ୍ଧି ପାଉଛି। ଏହାକୁ ନେଇ ତତ୍ପର ହୋଇ ଉଠିଛି ପୋଲିସ । ଜିଲ୍ଲାର ପୁଇଁତଲା ଠାରେ 17ହଜାର କଫ୍ ସିରପ୍ ବୋତଲ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଥିଲା ପୋଲିସ। ସେହିପରି ସୋମବାର ପାଟଣାଗଡଠାରେ 16ହଜାର କଫ୍ ସିରପ ବୋତଲ ଜବତ କରିଥିଲେ ପୋଲିସ୍ ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବଲାଙ୍ଗୀରରେ ତୀବ୍ର ଭାବରେ କଫ୍ ସିରପ ବିକ୍ରି ହେଉଛି । ଏହା ସୁଲଭ ଦରରେ ଉପଲବ୍ଧ ହେଉଥିବାରୁ ଯୁବପିଢି ଅଧିକ ଆକର୍ଷିତ ହେଉଛନ୍ତି । ସେପଟେ ଯୁବପିଢିଙ୍କ ନିଶା, ବେପାରୀଙ୍କୁ ମାଲାମାଲ୍ କରୁଛି । ତେବେ ପୋଲିସ ଏହି ଅସାଧୁ ବେପାରୀଙ୍କୁ ଧରିବାରେ ପ୍ରୟାସ ଜାରି ରଖିଛି । କେବଳ ଅସାଧୁଙ୍କ ସାବାଡ୍ କଲେ, ଏହାର ସମାଧାନ ହୋଇପାରିବ ନାହିଁ । ଲୋକଙ୍କୁ ମଧ୍ୟ ସଚେତନ ହେବାକୁ ପଡିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏଥିପାଇଁ ସହରର କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ କରାଯାଇଥିଲା। ସେହିପରି ସହରରେ ଏକ ବିରାଟ ଶୋଭାଯାତ୍ରା କରି ଲୋକଙ୍କୁ ତଥା ଯୁବ ପିଢିଙ୍କୁ ଏହି କୋଡିନ୍ ଯୁକ୍ତ କଫ୍ ସିରପରୁ ଦୂରେଇ ରହିବା ପାଇଁ ଅର୍ଥାତ ବ୍ୟବହାର ନ କରିବାକୁ ଆହ୍ୱାନ ଦିଆଯାଇଛି। ଲୋକେ ସଚେତନ ହେଲେ ଯାଏଁ ଏହି ନିଶା କାରବାର ରୋକା ଯାଇ ପାରିବ ବୋଲି ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details