ଓଡିଶା

odisha

ETV Bharat / state

ଧଳା ସୁନାର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ

ବଲାଙ୍ଗୀରରେ ଏଥର ପ୍ରବଳ ଅମଳ ହୋଇଛି କପା । ହେଲେ କୋରୋନା କଟକଣା ଯୋଗୁଁ ବିକ୍ରି ଠପ । ନା ଗ୍ରାହକ ଆସୁଛି ନା ସଠିକ ମୂଲ୍ୟରେ ନେଇଛନ୍ତି ମିଲର । ଏଭଳି ସମସ୍ୟାରେ ଜୁଝୁଛନ୍ତି ଚାଷୀ ।

By

Published : Dec 18, 2020, 9:52 PM IST

Cotton Farmers Of    Balangir In Distress
କପାର ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ

ବଲାଙ୍ଗୀର : ବଲାଙ୍ଗୀର ଧଳା ସୁନା କୁହାଯାଉଥିବା କପା ଚାଷ ଏଥର ବମ୍ଫର ହୋଇଛି। ଚାଷୀ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ। ହେଲେ ସବୁ ଆଶା ମଉଳି ଯାଇଥିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ରେ କପା ବିକ୍ରି କରି ଚାଷୀ ସହିଛନ୍ତି କ୍ଷତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସବୁ ଠିକ୍ କହୁଥିବା ବେଳେ କପା ମିଲର ମାନେ ଚଳାଇଛନ୍ତି ଏକଚାଟିଆ ରାଜୁତି।

କପାର ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ

ଓଡ଼ିଶାରେ ଭଲ କପା ଚାଷ କରୁଥିବା କିଛି ଜିଲ୍ଲା ମଧ୍ୟରେ ବଲାଙ୍ଗୀର ଅନ୍ୟତମ । ତେବେ ଏଠି ଧଳା ସୁନା କୁହାଯାଉଥିବା କପାର ଏଥର ଭଲ ଚାଷ ହୋଇଛି। ଏଠାରେ ସରକାରଙ୍କ ଧାର୍ଯ୍ୟ କପା କ୍ବିଣ୍ଟାଲ ପ୍ରତି ମୁଖ୍ୟ 5 ହଜାର 5 ଶହ 15 ଥିବାବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଏହାକୁ ଚାରି ହଜାରରୁ ପାଞ୍ଚ ହଜାର ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ସେହିପରି କପା ପାଇଁ ଆବଶ୍ୟକ ଥିବା ମଣ୍ଡିର ଅଭାବ ଥିବା ବେଳେ ମିଲର ମାନେ ରାଜୁତି ଚଳାଇଛନ୍ତି । ପ୍ରତି କପା କ୍ୟୁଣ୍ଟାଲ୍ ପ୍ରତି କମରେ ନେବାକୁ କାଣ୍ଟଝାଣ୍ଟ କରୁଛନ୍ତି। ଯାହାଫଳରେ ସିଧା ସଳଖ ଚାଷୀ ଶୋଷଣ ହୋଇଥିବା ବେଳେ ସରକାର କିଛି ଶୁଣୁ ନ ଥିବାର ଅଭିଯୋଗ ଆସିଛି ।


ଚଳିତ ବର୍ଷ ବଲାଙ୍ଗୀରରେ 55 ହଜାର ହେକ୍ଟରରେ କପା ଚାଷ ହୋଇଛି। ଏ ବର୍ଷ ଆନୁମାନିକ ପାଞ୍ଚ ଲକ୍ଷ କ୍ୟୁଣ୍ଟାଲରୁ ଅଧିକ କପା ଅମଳ ହେବାର ଆଶା କରାଯାଉଛି। ସେହିପରି ଲମ୍ବା ତନ୍ତୁ ଯୁକ୍ତ ବଲାଙ୍ଗୀରର କପା ଉତ୍କୃଷ୍ଟ ମାନର ହୋଇଥିବା ବେଳେ ଏହାର ଚାହିଦା ବିଦେଶରେ ବେଶ୍ ରହିଥାଏ। ବିଦେଶରୁ ଗ୍ରାହକ ସିଧାସଳଖ ଆସି ଏଠାରୁ କପା କିଣି ନେଇଥାନ୍ତି । ହେଲେ ଏବର୍ଷ କୋରୋନା ପାଇଁ ତାହା ସମ୍ଭବ ହୋଇପାରିନାହିଁ । ଯାହା ଫଳରେ ଚାଷୀ କ୍ଷତି ସହୁଛନ୍ତି ।

ସେପଟେ ଜିଲ୍ଲାରେ ଭାରତୀୟ କପା କର୍ପୋରେସନ ମାଧ୍ୟମରେ କପା କିଣା ଯାଉଥିବା ବେଳେ ଜିଲ୍ଲାରେ ‘6’ ଟି ମଣ୍ଡି କରାଯାଇଛି। ସମାନ ଭାବରେ ଆଠରୁ ଅଧିକ ମିଲ କୁ ସବ ୟାର୍ଡ ଭାବରେ ତିଆରି କରାଯାଇ କପା କିଣା ଯାଉଥିବାର ପ୍ରଶାସନ କହିଛି। ସେହିପରି କପା କିଣା ଚାଲିଥିବ ଓ ଚାଷୀ ଯେ କୌଣସି ସମୟରେ ନିଜର ରେଜିଷ୍ଟ୍ରେସନ କରି କପା ବିକ୍ରି କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ କହିଛି।

ବଲାଙ୍ଗୀରରୁ ଏସକେ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details