ଓଡିଶା

odisha

ETV Bharat / state

ଶିକ୍ଷା ବିଭାଗରେ ଦୁର୍ନୀତିର ଗନ୍ଧ, ଶିକ୍ଷକଙ୍କ ନାଁରେ ପେନସନ ଜାଲିଆତି ଅଭିଯୋଗ - ଶିକ୍ଷା ବିଭାଗରେ ଦୁର୍ନୀତି

ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସାମ୍ନାକୁ ଆସିଛି ଏକ ଦୁର୍ନୀତି ଘଟଣା । ଯେଉଁଠି ଜଣେ କନିଷ୍ଠ କିରାଣି ଏହାର କାର୍ପଟଦାର ଥିବାବେଳେ କୋଟି କୋଟି ଟଙ୍କା ମିଛ ଫାଇଲ ଜରିଆରେ ହଡପ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

corruption in education dept, bolangir education dept, pension corruption in bolangir, ବଲାଙ୍ଗୀର ଶିକ୍ଷା ବିଭାଗରେ ଦୁର୍ନୀତି, ଶିକ୍ଷା ବିଭାଗରେ ଦୁର୍ନୀତି, ପେନସନ ଜାଲିଆତି ଅଭିଯୋଗ
ଶିକ୍ଷା ବିଭାଗରେ ଦୁର୍ନୀତିର ଗନ୍ଧ, ଶିକ୍ଷକଙ୍କ ନାଁରେ ପେନସନ ଜାଲିଆତି ଅଭିଯୋଗ

By

Published : Feb 4, 2020, 10:48 PM IST

ବଲାଙ୍ଗୀର: ପଦାରେ ପଡିଲା ବଲାଙ୍ଗୀର ଶିକ୍ଷା ବିଭାଗରେ ବଡ ଦୁର୍ନୀତିର ଗୁମର । ଯେଉଁଥିରେ ଶିକ୍ଷକଙ୍କ ନାଁରେ ପେନସନ ଜାଲିଆତି କରି କୋଟି କୋଟି ଟଙ୍କା ହଡପ କରାଯାଉଥିବାର ଅଭିଯୋଗ ହୋଇଛି । ଏନେଇ ତଦନ୍ତ ଚାଲିଥିବା ବେଳେ ସେପଟେ ଘଟଣା ପ୍ରଘଟ ହେବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ।

ଶିକ୍ଷା ବିଭାଗରେ ଦୁର୍ନୀତିର ଗନ୍ଧ, ଶିକ୍ଷକଙ୍କ ନାଁରେ ପେନସନ ଜାଲିଆତି ଅଭିଯୋଗ

ସୂଚନା ଅନୁଯାୟୀ, ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସାମ୍ନାକୁ ଆସିଛି ଏହି ଦୁର୍ନୀତି ଘଟଣା । ଯେଉଁଠି ଜଣେ କନିଷ୍ଠ କିରାଣି ଏହାର ମୁଖ୍ୟ କାର୍ପଟଦାର ଥିବାବେଳେ କୋଟି କୋଟି ଟଙ୍କା ମିଛ ଫାଇଲ ଜରିଆରେ ହଡପ କରିଥିବା ଅଭିଯୋଗ ହୋଇଛି । ଏଠାକାର କନିଷ୍ଠ କିରାଣି ପ୍ରମୋଦ କୁମାର ରଥ ଯିଏକି ନିଜ ବାପା 1992ରେ ଚାକିରୀରୁ ସ୍ବତଃ ପ୍ରବୃତ୍ତ ଭାବରେ ଅବସର ନେବା ପରେ ତାଙ୍କ ସ୍ଥାନରେ ଚାକିରୀ ପାଇଥିଲେ।

ପରବର୍ତ୍ତୀ ସମୟରେ ସେ ନିଜ ବାପା କେଶବ ରଥଙ୍କ ନାଁରେ ଜାଲିଆତି ଫାଇଲ ତିଆରି କରି ଗ୍ରାଚୁଇଟି, ପେନସନ ଓ ୟୁଏଲ ଆଦି ବାବଦରେ ରାଜ୍ୟକୋଷରୁ ତିନୋଟି କିସ୍ତିରେ 27 ଲକ୍ଷ 50 ହଜାର ଟଙ୍କା ହଡପ କରିଥିଲେ । ସେହିପରି ନିଜ ସ୍ତ୍ରୀ ଝରଣା ରଥଙ୍କୁ ଜଣେ ଶିକ୍ଷକଙ୍କ ଉତ୍ତରାଧିକାରୀ ଦର୍ଶାଇ ତାଙ୍କ ନାଁରେ ତିନୋଟି କିସ୍ତିରେ 13 ଲକ୍ଷ 65 ହଜାର ଟଙ୍କା ଉଠାଇଥିଲେ । ସମାନ ଭାବରେ ଆଉ ଜଣେ ଶିକ୍ଷକଙ୍କ ନାଁରେ ମଧ୍ୟ ସେ ତିନୋଟି କିସ୍ତିରେ 28 ଲକ୍ଷ 38 ହଜାର ଟଙ୍କା ଉଠାଇଥିଲେ।

ତେବେ ଏସବୁ ଦୁର୍ନୀତି ସେଠାକାର ବିଇଓଙ୍କ ଦସ୍ତଖତରେ ହେଉଥିବା ବେଳେ ବିଇଓ ଏହା ଜାଣି ପାରି ନଥିବାର କହିଛନ୍ତି । ତେଣେ ଏହା ପର୍ଦ୍ଦାଫାସ ହେବା ପରେ ତଦନ୍ତ ଆରମ୍ଭ ହୋଇଥିବା କଥା କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ ଏହି ଅଫିସର ଜଣେ କନିଷ୍ଠ କିରାଣୀ ଅନେକ ଶିକ୍ଷକଙ୍କ ନାଁରେ ଜାଲ ଫାଇଲ ତିଆରି କରି କୋଟି କୋଟି ଟଙ୍କା ହଡପ କରିଛନ୍ତି । ଏହି ଘଟଣା ସମ୍ନାକୁ ଆସିବ ପରେ ଏବେ ଏହାର ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ।

ଏଥିରେ କାର୍ଯ୍ୟାଳୟରୁ ଏ ସମ୍ପର୍କିତ ସବୁ ଫାଇଲ ଜବତ କରି ତଦନ୍ତ ଆରମ୍ଭ ହୋଇଛି । ସେପଟେ ନୂଆ କରି ଯୋଗ ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହାର ବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି । ଏଥିସହ ଏହି ଦୁର୍ନୀତିରେ ସମ୍ପୃକ୍ତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ଏପରି ବଡ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଏବେ ଛୁଟିରେ ରହିଛି । ତେବେ ଦୋଷୀ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆ ହେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details