ବଲାଙ୍ଗୀର: ଗ୍ରାମାଞ୍ଚଳରେ ସବୁ ବେଳେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇ ଆସୁଥିବାର ଅନେକ ସମୟରେ ଅଭିଯୋଗର ଲମ୍ବା ତାଲିକା ରହିଛି । କାର୍ଯ୍ୟାନୁଷ୍ଠାନ ନାଁରେ ସବୁବେଳେ ବିଭାଗୀୟ ଅଧିକାରୀଙ୍କୁ ଘଣ୍ଟ ଘୋଡା ଚାଲିଛି । ଏହିଭଳି ପୁଣି ଏକ ଦୁର୍ନୀତି ଅଭିଯୋଗ ଆସିଛି ବଲାଙ୍ଗୀର ବେନ୍ଦେର ଗ୍ରାମ ପଞ୍ଚାୟତରୁ । ଏଜି ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ଦୀର୍ଘ ମାସ ହେବ ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି । ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନେ ମଧ୍ୟ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପାଉ ନାହାଁନ୍ତି ।
ସେହିପରି ଗରିବ ପ୍ରକୃତ ହିତାଧିକାରୀ ଯୋଗ୍ୟ ହୋଇଥିଲେ ସୁଦ୍ଧା ବର୍ଷ ବିତି ଯାଇଛି ରାସନ କାର୍ଡ ପାଇଁ ନାହାଁନ୍ତି । ସେହିପରି କିଛି ସରକାରୀ ଚାକିରିଆଙ୍କ ନାଁରେ ଏଠି ଚାଉଳ ଉଠୁଛି ଏବଂ ଦୁର୍ନୀତି ଏଭଳି ଚାଲିଛି ଯେ ମୃତ ହିତାଧିକାରୀଙ୍କ ନାଁରେ ମଧ୍ୟ ଚାଉଳ ବୋହି ନେଉଥିବାର ଜଣାପଡ଼ିଛି । ତେବେ ସୂଚନା ଅଧିକାର ଆଇନ ବଳରେ ଏସବୁ ଦୁର୍ନୀତି ସମ୍ନାକୁ ଆସିଥିବା ବେଳେ ଗ୍ରାମବାସୀ ଏହାର ତଦନ୍ତ ଦାବି କରିଛନ୍ତି ।