ବଲାଙ୍ଗୀର: ବର୍ତ୍ତମାନ କରୋନା ମହାମାରୀ ରୂପ ନେଇଥିବା ବେଳେ ସାରା ଭାରତ ଏବେ ଲକଡାଉନ । ତେବେ କୋରୋନା ପାଇଁ ଲୋକ ଭୟଭୀତ ଥିବା ବେଳେ କିଛି ଲୋକ ଅତ୍ୟାବଶ୍ୟକ ସେବା ପାଇଁ ନିଜର ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ପେଟ୍ରୋଲ ପମ୍ପରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଅନ୍ୟତମ ଅଟନ୍ତି ।
ଯେଉଁମାନେ ନିଜ ଜୀବନକୁ ଖାତିର ନ କରି 24 ଘଣ୍ଟା ନିଜ ସେବା ଯୋଗାଉଛନ୍ତି । କୋରୋନା ଭୟ ସୁଧା ସତର୍କତା ସହ ଅତ୍ୟାବଶ୍ୟକ ଯାନାବାହାନ ତଥା ଲୋକଙ୍କୁ ତେଲ ଯୋଗାଇ ଜୀବନର ଚକକୁ ଗଡ଼ିବାରେ ସହାୟକ ହେଉଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଥିବା ସବୁ ପେଟ୍ରୋଲ ପମ୍ପ ଜରୁରୀ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ତେବେ ପେଟ୍ରୋଲ ପମ୍ପ ମାଲିକମାନ ସମସ୍ତ କର୍ମଚାରୀଙ୍କ ସତର୍କତାକୁ ଗୁରୁତ୍ବ ଦେଉଛନ୍ତି ।