ଓଡିଶା

odisha

ETV Bharat / state

ପରିଷଦର ଅପବ୍ୟବହାର, ବାଟମାରଣା ହେଉଛି ଅନୁଦାନ ଅର୍ଥ - Western Odisha Development Council

ପଛୁଆ ଓ ଅବହେଳିତ ପଶ୍ଚିମ ଓଡିଶାର ବିଭିନ୍ନ କ୍ଷେତ୍ରରେ ଅନୁଦାନ ଦିଆଯାଇ ବିକାଶ କରିବା ଥିଲା ପରିଷଦର ମୂଳ ଉଦ୍ଦେଶ୍ୟ । ହେଲେ ବଲାଙ୍ଗୀରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଟଙ୍କାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଦେଖନ୍ତୁ ‘ଇଟିଭି ଭାରତ’ର ସ୍ପେଶାଲ ରିପୋର୍ଟ...

ପରିଷଦର ଅପବ୍ୟବହାର
ପରିଷଦର ଅପବ୍ୟବହାର

By

Published : Apr 22, 2021, 7:07 AM IST

ବଲାଙ୍ଗୀର:ରାଜ୍ୟରେ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡିଶା ମଧ୍ୟରେ ଥିବା ଆଞ୍ଚଳିକ ବୈଷମ୍ୟକୁ ଦୂର କରିବା ପାଇଁ ଗଠନ ହୋଇଥିଲା ପଶ୍ଚିମ ବିକାଶ ପରିଷଦ। ବିଭିନ୍ନ କ୍ଷେତ୍ରରେ ଅନୁଦାନ ଦିଆଯାଇ ବିକାଶ କରିବା ଥିଲା ଏହାର ଉଦ୍ଦେଶ୍ୟ । ହେଲେ ବଲାଙ୍ଗୀରରେ ଦିଆଯାଉଥିବା ଏହି ଟଙ୍କାର ସଠିକ ବିନିଯୋଗ ହେଉ ନଥିବା ଅଭିଯୋଗ ହୋଇଛି।

ପରିଷଦର ଅପବ୍ୟବହାର, ବାଟମାରଣା ହେଉଛି ଅନୁଦାନ ଅର୍ଥ

ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠରର ମୁଖ୍ୟ ଲକ୍ଷ୍ୟ ଥିଲା ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ମଧ୍ୟରେ ଥିବା ଆଞ୍ଚଳିକ ବୈଷମ୍ୟ ଦୂର କରିବା । ତେବେ ଏଥିରେ ପଶ୍ଚିମ ଓଡିଶାର 10ଟି ଜିଲ୍ଲା ଓ ଅନୁଗୁଳ ସବଡିଭିଜନ ସାମିଲ ହୋଇଥିଲା। ତେବେ ସରକାରୀ ଯୋଜନା ଠାରୁ ଅପହଞ୍ଚ ସ୍ଥାନରେ ଏହି ଟଙ୍କାକୁ ବିନିଯୋଗ କରି ଏହି ବିକାଶରେ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ହେଲେ ବଲାଙ୍ଗିରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଟଙ୍କାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଯେଉଁଥିରେ ବେଆଇନ ଭାବେ ଘରୋଇ ସ୍କୁଲ ଓ ଟ୍ରଷ୍ଟ ସବୁକୁ ଲକ୍ଷାଧିକ ଟଙ୍କା ଅନୁଦାନ ଦିଆଯାଇଛି । ଏମାନେ ଅନୁଦାନ ପାଇଲା ପରେ ସରକାରଙ୍କ ସବୁ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିଛନ୍ତି । ଏହିଭଳି ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ରୋଷଣୀ ଘରୋଇ ସ୍କୁଲକୁ ଦୁଇଥର ଲକ୍ଷାଧିକ ଟଙ୍କା ଅନୁଦାନ ଦିଆଯାଇଛି । ଅନ୍ୟପଟେ ଏହି ସ୍କୁଲ ବେଆଇନ ଭାବରେ ଗୋଚର ଜମିକୁ ମାଡି ବସି ସେଥିରେ ଏହି ଟଙ୍କା ବିନିଯୋଗ କରିଛି।

ତେବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଭୁବନେଶ୍ୱରରୁ କାମ କରୁଥିବା ବେଳେ ବିନା ତଦନ୍ତରେ ଅନେକ ଘରୋଇ ସଂସ୍ଥାକୁ ଏହିଭଳି ଟଙ୍କା ଅନୁଦାନ ଦେଉଥିବା ଜଣାପଡ଼ିଛି । ସେପଟେ ଏଠାରେ କୋର ପ୍ଲାନିଂ ଅଧିକାରୀ ଉପରୁ ସରକାର ଯାହା ନିଷ୍ପତ୍ତି ନିଅନ୍ତି, ତାଉପରେ ଏମାନେ କାମ କରୁଥିବାର କହିଛନ୍ତି। ଏଥିରେ କେଉଁ ଘରୋଇ ସଂସ୍ଥା ବେଆଇନ କାମ କରୁଛି, ତାହା ସରକାର ହିଁ ପଦକ୍ଷେପ ନେବେ ବୋଲି ଏଠାକାର ଅଧିକାରୀ କହିଛନ୍ତି।

ତେବେ ନିୟମ ଅନୁସାରେ, ଲୋକଙ୍କ ପାଇଁ କାମ କରୁଥିବା ସଂସ୍ଥା ବା ସଙ୍ଗଠନକୁ ଲୋକଙ୍କ ହିତ ପାଇଁ ଟଙ୍କା ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ଦେଇଥାଏ । ଏବଂ ଏହି ଅନୁଷ୍ଠାନମାନେ ସେହି କ୍ରମରେ ଏହିସବୁ ଅନୁଦାନ ପାଇଁ ଥିବା ଯୋଜନା ଓ ପରିସଂଖ୍ୟାନ ବିଭାଗ କହିଛି।

ପଶ୍ଚିମ ଓଡିଶା ବିକାଶ ପରିଷଦ ବିନା ତଦନ୍ତରେ ଲୋକଙ୍କ ହିତ ନାଁରେ ଘରୋଇ ସଂସ୍ଥାକୁ ଲକ୍ଷାଧିକ ଅନୁଦାନ ଟଙ୍କା ପାଣିରେ ପଡିଛି । ଆଉ ଚଞ୍ଚକତା କରି ଏହି ଅନୁଦାନ ହାତେଇ ଥିବା ଘରୋଇ ସଂସ୍ଥା ସରକାର ଓ ଲୋକଙ୍କୁ ହିଁ ଠକିଛନ୍ତି। ଯାହାର ତଦନ୍ତ ସାପେକ୍ଷ ହେବା ସହ ଏହା ବିରୁଦ୍ଧରେ ପଦକ୍ଷେପ ନେବା ନିହାତି ଜରୁରୀ ହୋଇପଡୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details