ବଲାଙ୍ଗୀର: ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ସହର ଅଧ୍ୟରେ ଥିବା ଜିଲ୍ଲାପାଳଙ୍କ ଆବାସ ସମ୍ମୁଖ ଟିଟିଲାଗଡ଼ ରାସ୍ତାରେ ଏକ ଜଗର୍ସ ପାର୍କର ପରିକଳ୍ପନା ହୋଇଥିଲା । ଏଥିପାଇଁ ସାଂସଦଙ୍କ ପାଣ୍ଠିରୁ ଅନୁଦାନ ମଧ୍ୟ ଦିଆଯାଇଥିଲା ହେଲେ ଏହାର ନିର୍ମାଣ କାମ ଏ ଯାଏଁ ଆରମ୍ଭ ହୋଇନାହିଁ । ଦୀର୍ଘ ବର୍ଷ ହେବ ନାମ ଫଳକରେ ଅଟକି ରହିଛି ଜଗର୍ସ ପାର୍କ ।
ସୂଚନାଅନୁସାରେ, ଜିଲ୍ଲାର ପରିଷ୍ଠ ନାଗରିକମାନଙ୍କ ଅବସର ସମୟକୁ ବିତେଇବା ପାଇଁ ତଥା ସେମାନଙ୍କ ମନୋରଞ୍ଜନ ପାଇଁ ସହରରେ ଏକ ଜଗର୍ସ ପାର୍କର ନିର୍ମାଣର ପରିକଳ୍ପନା କରାଯାଇଥିଲା । ଏନେଇ ତତକାଳୀନ ସାଂସଦଙ୍କ ପାଣ୍ଠିରୁ ଅନୁଦାନ ମଧ୍ୟ ଦିଆଯାଇଥିଲା । ତେବେ 2017 ମସିହା ନଭେମ୍ବର 17ରେ ପାର୍କ ନିର୍ମାଣ ପାଇଁ ଶିଳାନ୍ୟାସ କରିବା ପରେ ବି ଏ ଯାଏଁ କାମ ଆରମ୍ଭ ହୋଇପାରି ନାହିଁ । ଏନେଇ ଅନେକ ଆଶା ରଖିଥିବା ବଲାଙ୍ଗୀରର ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।