ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଗର୍ଜିଲା ମହିଳା କଂଗ୍ରେସ

ରାଜ୍ୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଶାସକ ଦଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବଲାଙ୍ଗୀର କଂଗ୍ରେସ ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

By

Published : Dec 30, 2021, 10:22 PM IST

ନ୍ନ ଦାବି ନେଇ ବଲାଙ୍ଗୀରରେ ବର୍ଷିଲେ ମହିଳା କଂଗ୍ରେସ
ନ୍ନ ଦାବି ନେଇ ବଲାଙ୍ଗୀରରେ ବର୍ଷିଲେ ମହିଳା କଂଗ୍ରେସ

ବଲାଙ୍ଗୀର:ଗର୍ଜିଲେ ମହିଳା ମୋର୍ଚ୍ଚା । ରାଜ୍ୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଶାସକ ଦଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବଲାଙ୍ଗୀର କଂଗ୍ରେସ ମହିଳା ମୋର୍ଚ୍ଚା । ଶିଶୁ ଓ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା, ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲା ମହିଳା କଂଗ୍ରେସ ।

ନ୍ନ ଦାବି ନେଇ ବଲାଙ୍ଗୀରରେ ବର୍ଷିଲେ ମହିଳା କଂଗ୍ରେସ

ରାଜ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ନିର୍ଯାତନା, ଦରଦାମ ବୃଦ୍ଧି ଓ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନ ଦେବା ଭଳି ବିଭିନ୍ନ ମାମଲାରେ ପ୍ରତିବାଦ କରିଛନ୍ତି । ଯେଉଁଥିରେ ମହିଳା କଂଗ୍ରେସର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏମାନେ ଏହି ଆନ୍ଦୋଳନ କରୁଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

ଲଢେଇକୁ କୃଷକ ଆନ୍ଦୋଳନ ସହିତ ତୁଳନା କରି ମହିଳା କଂଗ୍ରେସର ସଭାପତି ନଳିନୀ ସାହୁ କହିଛନ୍ତି ଯେପରି କୃଷକ ତାଙ୍କ ଦାବି ପୂରଣ ପରେ ଆନ୍ଦୋଳନରୁ ହଟିଥିଲେ ସେହିପରି ଆମର ଦାବି ପୂରଣ ହେଲେ ହିଁ ଆନ୍ଦୋଳନ ବନ୍ଦ ହେବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details