ବଲାଙ୍ଗୀର: ଆଜିବଲାଙ୍ଗୀର ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଜନ ଆଶୀର୍ବାଦ ଯାତ୍ରାକୁ ବିରୋଧ କରି କଂଗ୍ରେସ ଏଠି ଜନ ଆକ୍ରୋଶ ଦିବସ ପାଳନ କରିବା ସହ ଧାରଣା ଦେଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ଯେଉଁଥିରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ପାଞ୍ଚ ଦଫା ଦାବି ଉପସ୍ଥାପନ କରିଛନ୍ତି।
ଅଶ୍ଵିନୀ ବୈଷ୍ଣବଙ୍କ ବଲାଙ୍ଗୀର ଗସ୍ତକୁ କଂଗ୍ରେସର ବିରୋଧ, ପାଳିଲା ଜନ ଆକ୍ରୋଶ ଦିବସ - ବଲାଙ୍ଗୀର ଖବର
ଆଜି ବଲାଙ୍ଗୀର ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଜନ ଆଶୀର୍ବାଦ ଯାତ୍ରାକୁ ବିରୋଧ କରି କଂଗ୍ରେସ ଏଠି ଜନ ଆକ୍ରୋଶ ଦିବସ ପାଳନ କରିବା ସହ ଧାରଣା ଦେଇଛି । ଅଧିକ ପଢନ୍ତୁ...
ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଗସ୍ତକୁ କଂଗ୍ରସର ବିରୋଧ, ଦଳ ପାଳିଲା ଜନ ଆକ୍ରୋଶ ଦିବସ
ଯେଉଁଥିରେ ବିଳମ୍ବିତ ହେଉଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସମୂର୍ଣ୍ଣ କରିବା, କଣ୍ଟାବାଞ୍ଝି ରେଳ ବିଭାଗର ଖାଲି ପଡ଼ିଥିବା ଜମିରେ ୱାଗନ କାରଖାନା ସ୍ଥାପନ, ବଲାଙ୍ଗୀର ନୂଆପଡ଼ା ନୂଆ ରେଳ ପଥ ନିର୍ମାଣ, ଟିଟିଲାଗଡ ରେଳ ଷ୍ଟେସନରେ ସ୍ଵଂୟଚଳିତ ରେଳ ବଗି ସଫେଇ ପ୍ଲାଣ୍ଟ ସ୍ଥାପନ ପାଇଁ ଦାବି କରିଥିଲେ । ବଲାଙ୍ଗୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ନୂଆ ରେଳ ଚଳାଚଳ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇ କେନ୍ଦ୍ରମନ୍ତ୍ରୀ ଏହି ଦାବି ପୂରଣ କରନ୍ତୁ ବୋଲି କଂଗ୍ରେସ ଦାବି ଜଣାଇଛି।
ବାଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ