ବଲାଙ୍ଗୀର:ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ନେଇ ଗର୍ଜିଛି କଂଗ୍ରେସ । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବଲାଙ୍ଗୀର ଠାରେଏକ ବିରାଟ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ତେବେ ଚାଷୀଙ୍କ 9 ଦଫା ଦାବି ପୂରଣ ନେଇ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲା । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଚାଷୀମାନେ ବହୁ କ୍ଷତି ସହିଛନ୍ତି । ତେଣୁ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରିଛି କଂଗ୍ରେସ । ଏହାସହ ଜିିଲ୍ଲାରେ ମାତ୍ର କିଛି ସ୍ଥାନରେ ଧାନ ମଣ୍ଡି ଖୋଲା ଯାଇଥିବାବେଳେ ସବୁ ସ୍ଥାନରେ ମଣ୍ଡି ଖୋଲିବା ପାଇଁ ଦାବି କରିଛି ଦଳ । ବଲାଙ୍ଗୀର କଂଗ୍ରେସ ଭବନରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହାସହ ଜିଲ୍ଲାପାଳଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ଶହ ଶହ ଚାଷୀ ସାମିଲ ହୋଇଥିଲେ । ତେବେ ଏଥିରେ ରାଜ୍ୟ କିଷାନ କଂଗ୍ରେସ ସଭାପତିଙ୍କ ସମେତ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଯୁବ କଂଗ୍ରେସ ନେତା ତଥା ଏଆଇ ସିସି ସଦସ୍ୟ ସୋମେନ୍ଦ୍ର ମିଶ୍ରଙ୍କ ସହ କଂଗ୍ରେସ ବହୁ ନେତା ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ.....ଅମ୍ବାଭୋନାରେ ବିରାଟ କୃଷକ ସମାବେଶ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ