ବଲାଙ୍ଗୀର: ନୂଆ ସଂସଦ ଭବନରେ ନୂଆ ବିଲ ପାସ୍ ହୋଇଛି । ନାରୀ ଶକ୍ତିର ସମୃଦ୍ଧି ପାଇଁ ବଡ ପଦକ୍ଷେପ ନେଇ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ ମିଳିଛି । ଲୋକସଭାରେ 454-2 ଭୋଟରେ ବିଧେୟକ ଗୃହିତ ହୋଇଥିଲା । ଗୁରୁବାର ରାଜ୍ୟସଭାରେ ସର୍ବସମ୍ମତ୍ତିକ୍ରମେ ବିଲଟିକୁ ଅନୁମୋଦନ ମିଳିଛି । ବିଲ ସପକ୍ଷରେ 215 ଭୋଟ ମିଳିବା ପରେ ବିଲ ପାସ ହୋଇଛି । ଏହି ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦାବି କରିଛି । 2024 ନିର୍ବାଚନରେ ବିଲକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।
ମହିଳା ସଂରକ୍ଷଣ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ନିର୍ବାଚନକୁ ଆଖି ଆଗରେ ରଖି ବିଲକୁ ପାସ କରାଯାଇଛି । ନିର୍ବାଚନ ଦୃଷ୍ଟିରୁ ଏହା କେବଳ ଏକ ଘୋଷଣାରେ ସୀମିତ ନ ରହୁ । ଏହାକୁ ତତକ୍ଷଣାତ୍ ଲାଗୁ କରିବାକୁ କଂଗ୍ରେସ ଦାବି କରୁଛି । କେନ୍ଦ୍ର ସରକାର ବହୁମତର ମହିଳା ସଂରକ୍ଷଣ ବିଲ ସଂସଦରେ ପାସ କରିଛନ୍ତି । ଯାହାଦ୍ବାରା ମହିଳା ମାନେ ଆଗକୁ ସଂରକ୍ଷଣ ପାଇବେ । ଦେଶର ବିକାଶ ଧାରାରେ ସେମାନେ ମଧ୍ୟ ସିଧାସଳଖ ସାମିଲ ହେବେ । ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରର ବିଜେପି ସରକାର ଏହି ବିଲ ପାସ କରିଛନ୍ତି । ତେବେ ଏହି ବିଲକୁ ତତକ୍ଷଣାତ୍ ଲାଗୁ କରାଯାଉ ।"
ଏହା ବି ପଢନ୍ତୁ...Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ