ଓଡିଶା

odisha

ETV Bharat / state

Santosh Singh Saluja Lashes Out: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ - ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ

ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ କହିଛନ୍ତି "ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବିଭିନ୍ନ ପ୍ରକଳ୍ପ କାମରେ ନିଜର ମନମୁଖୀ କାର୍ଯ୍ୟ କରୁଥିବା ବେଳେ ବର୍ଷ ବର୍ଷ ଧରି ଏଥିରେ କାମ କରିଥିବା ଲୋକ ପ୍ରାପ୍ୟ ପାଉ ନାହାନ୍ତି ।" ଅଧିକ ପଢନ୍ତୁ

Balangir News: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ
Balangir News: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ

By

Published : Jan 12, 2023, 9:03 PM IST

Balangir News: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ

ବଲାଙ୍ଗୀର: ବଲାଙ୍ଗୀର ଆଜି ଜିଲ୍ଲା ପରିଷଦ ବୈଠକରେ ହଙ୍ଗାମା । ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଉପସ୍ଥିତିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ହେଲେ ମୁହାଁମୁହିଁ। ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକଳାପ ଓ କେବିକେ ଅନୁଦାନ ଟଙ୍କା ହ୍ରାସକୁ ନେଇ ଜିଲ୍ଲାପାଳଙ୍କ ଉପରେ ତାତିଲେ କଣ୍ଟାବାଞ୍ଜି ବିଧାୟକ । ବିଭିନ୍ନ ପ୍ରକଳ୍ପରେ ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଅନୁଦାନ ଟଙ୍କା ବେଆଇନ ଭାବରେ କାଟିବାକୁ ନେଇ ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି ବିଧାୟକ। ଏଭଳି ପରିସ୍ଥିତି ଆଜି ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଉପୁଜି ଥିଲା।

ଆଜି ବଲାଙ୍ଗୀର ଜିଲ୍ଲାପରିଷଦ ବୈଠକ ଚାଲିଥିଲା। ବୈଠକରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବାକୁ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟ ଜିଲ୍ଲାପରିଷଦ ସଦସ୍ୟ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ବୈଠକ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପରେ ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟ କଲାପ ଓ ବିଜୁ କେବିକେ ଯୋଜନାରେ ଆସୁଥିବା ବ୍ଲକ ମାନଙ୍କ ଅନୁଦାନକୁ ଜିଲ୍ଲାପାଳ କାଟି ଦେଉଥିବା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ ଆଣିଥିଲେ। ଏହାକୁ ନେଇ କଥା କଟାକଟି ହେବା ସହ ସାଲୁଜା ଉତକ୍ଷିପ୍ତ ହୋଇ ନିଜ ସିଟ ଛାଡ଼ି ଜିଲ୍ଲାପାଳଙ୍କ ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ। ଏପରିକି ଜିଲ୍ଲାପାଳଙ୍କ ଉପରେ ଖୁବ ବର୍ଷିଥିଲେ । ମନ୍ତ୍ରୀ ଟୁକୁନି ସାହୁଙ୍କ ଉପରେ ମଧ୍ୟ ବିଧାୟକ ରାଗି ଥିବାର ଦେଖିବାକୁ ମିଳିଥିଲା। ଫଳରେ ଜିଲ୍ଲା ପରିଷଦ ବୈଠକରେ କିଛି ସମୟ ଅପ୍ରୀତିକର ପରିସ୍ଥିତି ଉପୁଜି ଥିଲା।

ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ କହିଛନ୍ତି "ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବିଭିନ୍ନ ପ୍ରକଳ୍ପ କାମରେ ନିଜର ମନମୁଖୀ କାର୍ଯ୍ୟ କରୁଥିବା ବେଳେ ବର୍ଷ ବର୍ଷ ଧରି ଏଥିରେ କାମ କରିଥିବା ଲୋକ ପ୍ରାପ୍ୟ ପାଉ ନାହାନ୍ତି ।" ସମାନ ଭାବରେ 5T ସ୍କୁଲ ରୂପାନ୍ତରଣରେ ମଧ୍ୟ ଅନଭିଜ୍ଞ ଯନ୍ତ୍ରୀମାନେ କାମ କରୁଥିବା ବେଳେ ଜିଲ୍ଲାପାଳ ବାରମ୍ବାର ସେଥିରେ ପରିବର୍ତ୍ତନ କରିବା ଦ୍ୱାରା କାମ କରୁଥିବା ବ୍ୟକ୍ତି ହରଡଘଣାରେ ପଡ଼ିଥିବା ସେ କହିଛନ୍ତି। ଏହା ଛଡ଼ା ବିଜୁ କେବିକେ ଯୋଜନାରେ ଆସୁଥିବା ଅନୁଦାନ ଟଙ୍କାକୁ ଜିଲ୍ଲାପାଳ ବେଆଇନ ଭାବରେ ନିଜ ମନ ମୁତାବକ କାଟି ଦେଉଥିବାର ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୋଗ କଲେ ମଧ୍ୟ ଶୁଣିନଥିବା କହିଛନ୍ତି । ସେହିପରି ଆଜି ଦୀର୍ଘ ସାତ ମାସ ପରେ ଜିଲ୍ଲାପରିଷଦ ବୈଠକ ବସିଥିଲା । ଏହି ସବୁ ଅଭିଯୋଗ ଉପରେ ଜିଲ୍ଲାପାଳ ନିଜର କ୍ଷମତା ବାହାରେ ମୁଁ ସବୁ କରି ପାରିବି ବୋଲି କହିବାରୁ ବିଧାୟକ ଆହୁରି ଉତକ୍ଷିପ୍ତ ହୋଇଥିଲେ ।

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାପାଳ ଏହାକୁ ହାଲୁକା ଭାବରେ ନେଇଥିବା ବେଳେ ସାଲୁଜା ଜଣେ ଲୋକ ପ୍ରତିନିଧି ଓ ତାଙ୍କର କହିବାର ଅଧିକାର ଅଛି ବୋଲି କହିଛନ୍ତି । ସେହିପରି ବିଜୁ କେବିକେ ଯୋଜନାରେ ପ୍ରକଳ୍ପ କାମ ଧାର୍ଯ୍ୟ ଡିପିସି ଓ ରାଜ୍ୟ ସରକାର ସ୍ଥିର କରିଥାନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତାକୁ କେବଳ କାର୍ଯ୍ୟକାରୀ କରିଥାଏ ବୋଲି ସେ କହିଛନ୍ତି। ତାଙ୍କ ପାଇଁ କେବଳ ବିଧାୟକ ନୁହଁନ୍ତି ୱାର୍ଡ ମେମ୍ବରଠୁ ନେଇ ସାଂସଦ ସମସ୍ତେ ଗୁରୁତ୍ଵ ରଖନ୍ତି ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details