ଓଡିଶା

odisha

ETV Bharat / state

ବିଜୟା ଦଶମୀରେ ମା’ଙ୍କ ଆଶୀର୍ବାଦ ନେଲେ ନରସିଂହ ମିଶ୍ର

ବଲାଙ୍ଗୀରର ବିଭିନ୍ନ ପୂଜା ମଣ୍ଡପରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୂଜାର୍ଚ୍ଚନା । ବଲାଙ୍ଗୀରବାସୀଙ୍କ ଉନ୍ନତି ପାଇଁ କଲେ କାମନା । ଅଧିକ ପଢ଼ନ୍ତୁ...

ମା’ଙ୍କ ଆଶିର୍ବାଦ ନେଲେ ନରସିଂହ ମିଶ୍ର

By

Published : Oct 8, 2019, 7:50 PM IST

ବଲାଙ୍ଗୀର: ପବିତ୍ର ବିଜୟା ଦଶମୀ ଅବସରରେ ଉତ୍ସବ ମୁଖରିତ ସାରା ବଲାଙ୍ଗୀର । ସମସ୍ତ ମଣ୍ଡପରେ ମଙ୍ଗଳବାର ମା’ଙ୍କ ବିଜୟା ଦଶମୀ ପାଳିତ ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସାଧାରଣ ଲୋକଙ୍କ ସହ ନେତା ମାନେ ମଧ୍ୟ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ବିଜୟା ଦଶମୀର ଶୁଭକାମନା ଲୋକଙ୍କୁ ଦେଇଛନ୍ତି ।

ମା’ଙ୍କ ଆଶିର୍ବାଦ ନେଲେ ନରସିଂହ ମିଶ୍ର


ପୂଜା ମଣ୍ଡପରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା । ସମସ୍ତ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଇଛନ୍ତି ସେ । ବିଜୟା ଦଶମୀ ଅବସରରେ ଲୋକଙ୍କୁ ଶୁଭକାମନା ଦେବା ସହ ବଲାଙ୍ଗୀରରେ ଶାନ୍ତି ମୈତ୍ରୀ ବଜାୟ ରହୁ ବୋଲି ଆଶା ପୋଷଣ କରିଛନ୍ତି ନରସିଂହ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details