ବଲାଙ୍ଗୀର :କୋରୋନା ମୃତକଙ୍କ ପରିବାରବର୍ଗଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର ( Demand to Raise Compensation For COVID Victims ) । ଏହାସହ କେନ୍ଦ୍ର ସରକାରଙ୍କୁ ଏହା ବାବଦରେ ମୁଖ୍ୟମନ୍ତ୍ରୀ ଦାବି କରନ୍ତୁ ବୋଲି ନରସିଂହ କହିଛନ୍ତି । ତେବେ ଭାରତ ସମ୍ବିଧାନରେ ନାଗରିକଙ୍କ ଜନମଙ୍ଗଲ ମଡେଲରେ ଲୋକଙ୍କୁ ବଞ୍ଚିବା ତାଙ୍କର ସ୍ବାସ୍ଥ୍ୟ, ଶିକ୍ଷା ଓ ଜରୁରୀ ସେବା ସହଯୋଗ ଦେବାର ବ୍ୟବସ୍ଥା ଅଛି। ଏବଂ ଏହାର ଆଧାର ରେ କେନ୍ଦ୍ର ସରକାର ଏନଡିଏମଏ (National Disaster Management Authority) ଦ୍ବାରା ଏସଡିଆରଏଫ୍ (ଷ୍ଟେଟ ଡିଜାଷ୍ଟର ଫୋର୍ସ ) ଜରିଆରେ ଚାରି ଲକ୍ଷ ଟଙ୍କା ଦେବାର ନିଷ୍ପତ୍ତି ନେଇଥିଲେ।
ଯାହା ଗତ 14 ମାର୍ଚ୍ଚ 2020 33/4 ndm କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ ଗତ 11 ସେପ୍ଟେମ୍ବର 2021 ରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ଏହି ଚାରି ଲକ୍ଷ ଟଙ୍କା ( 4 lakh compensation to COVID Victims families) ଦେବା ସମ୍ଭବ ନ ଥିବା ବେଳେ 50 ହଜାର ଟଙ୍କା ଦିଆ ଯାଇ ପାରିବ ବୋଲି ସେଥିରେ ଉଲ୍ଲେଖ କରିଥିଲେ। ତେବେ ଏହା ଦ୍ବାରା ପାଣ୍ଠି ସରିଯିବ ଓ କୋଭିଡ ପରିଚାଳନା ରେ ସମସ୍ୟା ହେବ ବୋଲି କହିଥିଲେ। ଯାହାକୁ ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିରୋଧ କରିଛନ୍ତି।