ବଲାଙ୍ଗୀର:ନିକଟରେ ସରକାର ଧାନର ସର୍ବ ନିମ୍ନ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡ଼ି ଉପରେ ବର୍ଷିଛନ୍ତି । ଏମାନେ ଚାଷୀ ବିରୋଧୀ ବୋଲି କହିଛନ୍ତି । ଓଡ଼ିଶାରେ ଧାନର ସର୍ବନିମ୍ନ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ପୂର୍ବରୁ ବିଜେଡି ନିଜର ହତାଶା ଜାହିର କରି ସାରିଛି ।
ସେପଟେ କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ଏହାକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଘେରିଛନ୍ତି । ତେବେ ବିଜେପି ସରକାରଙ୍କ ନିଜ ବିଭାଗ ନୀତି ଆୟୋଗ ଓଡ଼ିଶାରେ ଚାଷୀ ମାନଙ୍କର ବାର୍ଷିକ ଆୟ ପାଞ୍ଚ ହଜାର ୧୧୨ ଟଙ୍କା ବୋଲି କହିଛନ୍ତି । ତେବେ ମାସକୁ ଚାଷୀର ଆୟ ପାଞ୍ଚ ଶହ ଟଙ୍କାରୁ ମଧ୍ୟ କମ ଅଟେ ।