ବଲାଙ୍ଗୀର:ଭାରତର ବିଶିଷ୍ଟ ନେତା ଓ ବ୍ୟକ୍ତିଙ୍କ ଫୋନ ହ୍ୟାକ ବା ଟେପିଙ୍ଗ କରାଯାଉଥିବାର ଏକ ବଡ ଅଭିଯୋଗ ହେଉଛି । ଯାହାକୁ ନେଇ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରେସମିଟରେ ଦାବି କରିଛନ୍ତି ।
ଭାରତର ବିଶିଷ୍ଟ ବ୍ୟକ୍ତି ନେତା ତଥା ସାମ୍ବାଦିକଙ୍କ ଫୋନ ହ୍ୟାକ କରାଯାଇ ତଥ୍ୟ ଚୋରି ହୋଇଥିବାର ଗୁରୁତର ଅଭିଯୋଗ ହୋଇଛି । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପାଇଥିବା ବେଳେ ସଂସଦରେ ମଧ୍ୟ ନେତାମାନେ ତୁମ୍ବୀ ତୁଫାନ କରି ଆସୁଛନ୍ତି । ତେବେ ଏହାକୁ ନେଇ ଆଜି(ଗୁରୁବାର) ଓଡି଼ଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ।