ବଲାଙ୍ଗୀର:ଧାନ କିଣା ଅବ୍ୟବସ୍ଥାକୁ ନେଇ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କିଷାନ କଂଗ୍ରେସ । ବଲାଙ୍ଗୀର ଜିଲ୍ଲାରେ ରବି ଋତୁ ଧାନ କିଣା ଚାଲିଥିବା ବେଳେ ସବୁଠୁ ଧାନ କିଣାରେ ଘୋର ଅବ୍ୟବସ୍ଥାର ଅଭିଯୋଗ ଆସୁଛି । ଏବଂ ଏହାକୁ ନେଇ ଏବେ ରାଜନୀତି ଜୋର୍ ଧରିଥିବା ବେଳେ ବଲାଙ୍ଗୀର କିଷାନ କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା ।
ଧାନ କିଣାରେ ଅବ୍ୟବସ୍ଥା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ - District collectorate office
କୋରୋନା ମହାମାରୀ ସମୟରେ ଚାଷୀଙ୍କ ସମସ୍ୟା ବଢି ବଢି ଚାଲିଥିବା ବେଳେ ଧାନ କିଣା ଅବ୍ୟବସ୍ଥା ବୋଝ ଉପରେ ନଳିତା ବିଡା ସଦୃଶ ହାେଇଛି । ଆସନ୍ତା 2 ଦିନ ମଧ୍ୟରେ ଧାନ କିଣା ନ ହେଲେ ଅଚଳ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...
ଧାନ କିଣା ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ଧାନ କିଣା ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ତେବେ ଅନେକ ଧାନ ମଣ୍ଡି ବା ପେକ୍ସକୁ ଧାନ କିଣା ଟାର୍ଗେଟ ଦିଆଯାଇ ନଥିବା ବେଳେ ଚାଷୀ ତାର ଧାନ ବିକ୍ରି କରି ପାରୁ ନ ଥିବାର ଏମାନେ ଅଭିଯୋଗ କରିଛନ୍ତି । ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଧାନ କିଣା ନ ହେଲେ ଏମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିଦିଆଯିବ ବୋଲି କହିଛନ୍ତି ସୂଚନା ଦେଇଛନ୍ତି ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ।
ବଲାଙ୍ଗୀରରୁ ଶେକ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ