ବଲାଙ୍ଗୀର: ଜିଲ୍ଲା ପୌରପାଳିକା ଦୁର୍ନୀତି ନେଇ ସରଗରମ ପାଣିପାଗ । ବଲାଙ୍ଗୀର ପୌରପାଳିକାରେ ବ୍ୟାପକ ଚାଉଳ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ଘଟଣାର ତଦନ୍ତ ଦାବି କରି ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେବା ସହ ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ବଲାଙ୍ଗୀର ପୌରପାଳିକା ଦୁର୍ନୀତିର ଗନ୍ତାଘର ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।
ବିଶେଷ କରି ପୌରାଞ୍ଚଳରେ ପିଡ଼ିଏସ ଚାଉଳ ବଣ୍ଟନରେ ଘୋର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ବଲାଙ୍ଗୀର ବିଧାୟକ ନିରସିଂହ ମିଶ୍ର ଅଭିଯୋଗ ଆଣିଥିଲେ । ପରେ ଜିଲ୍ଲା କଂଗ୍ରେସ ଦଳ ଏହାକୁ ନେଇ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର ତଦନ୍ତ ଦାବି କରିଛି । ପୌରାଞ୍ଚଳରେ ବ୍ୟାପକ ପିଡ଼ିଏସ ଦୁର୍ନୀତି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରି ଥିଲେ ବିଧାୟକ ନରସିଂହ ମିଶ୍ର । ତେବେ ଦୁଇ ବିଜେଡି କାଉନସିଲର ନିଜେ ଏହାର ଖୁଲାସା କରିଥିବା ବେଳେ ସେମାନେ ଏହାକୁ ନେଇ ତାଙ୍କ ଶାସିତ ପୌରପାଳିକାକୁ ଘେରାଉ ଥିବା ମଧ୍ୟ କହିଥିଲେ । ସେପଟେ ପୌରପାଳିକା ସହରର ପିଡ଼ିଏସ ବଣ୍ଟନ ପାଇଁ ମହିଳା ଏସଏଚଜି ମାନଙ୍କୁ ନିଯୁକ୍ତି କରିଛନ୍ତି । ହେଲେ ଗରିବ ଚାଉଳ ପାଉ ନଥିବା ବେଳେ ଏସଏଚଜି ଦୁର୍ନୀତି କରି ବେଆଇନ ଟଙ୍କା ରୋଜଗାର କରୁଥିବାର ଅଭିଯୋଗ ଆଣିଥିଲେ ।