ବଲାଙ୍ଗୀର:ଜିଲ୍ଲାରେ ଥିବା ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥୀପତ୍ର ଯାଞ୍ଚ । ବଲାଙ୍ଗୀର ଜିଲ୍ଲା ପୌର ପରିଷଦରେ 78ଟି ୱାର୍ଡ ଥିବାବେଳେ କାଉନସିଲର ପଦବୀ ପାଇଁ 259ଜଣ ଓ ଓ 24 ଅଧ୍ୟକ୍ଷ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ମୁତାବକ ଗତକାଲି(ବୁଧବାର) ପୌର ନିର୍ବାଚନରେ କାଉନସିଲର ଓ ପୌରାଧ୍ୟକ୍ଷ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ହୋଇଛି ।
ତେବେ ପାଟଣାଗଡ଼ ବିଜ୍ଞାପିତ ପରିଷଦ ଅଞ୍ଚଳରେ ନାମାଙ୍କନ କରିଥିବା ଜଣେ ଚେୟାରମ୍ୟାନ ଓ ଜଣେ କାଉନସିଲରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ସେହିପରି କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଜଣେ ଚେୟାରମେନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଅନ୍ୟପଟେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।