ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ପାତର ଅନ୍ତର ଅଭିଯୋଗ, ଆନ୍ଦୋଳନକୁ ଓହ୍ଲାଇଛି କୋଶଳ ସମନ୍ବୟ ସମିତି

ପଶ୍ଚିମ ଓଡିଶାକୁ ବୈମାତୃକ ମନୋଭାବ ରଖି ଆବାସ ଯୋଜନାରେ ରାଜ୍ୟ ସରକାର ଉପେକ୍ଷା କରିଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କୋଶଳ ସମନ୍ବୟ ସମିତି । ଅଧିକ ପଢନ୍ତୁ...

By

Published : Jul 26, 2021, 11:10 PM IST

ଆବାସ ଯୋଜନାରେ ପାତର ଅନ୍ତର ନେଇ ଅଭିଯୋଗ, ଆନ୍ଦୋଳନକୁ ଓହ୍ଲାଇଛି କୋଶଳ ସମନ୍ବୟ ସମିତି
ଆବାସ ଯୋଜନାରେ ପାତର ଅନ୍ତର ନେଇ ଅଭିଯୋଗ, ଆନ୍ଦୋଳନକୁ ଓହ୍ଲାଇଛି କୋଶଳ ସମନ୍ବୟ ସମିତି

ବଲାଙ୍ଗୀର: ପଶ୍ଚିମ ଓଡିଶାକୁ ଆବାସ ଯୋଜନାରେ ରାଜ୍ୟ ସରକାର ଉପେକ୍ଷା କରିଥିବା ପ୍ରତିବାଦରେ କୋଶଳ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି । ବଲାଙ୍ଗୀରରେ ପହଞ୍ଚିଲା କୋଶଳ ଯୁବ କମିଟିର ସ୍ବାଭିମାନ ପଦଯାତ୍ରା । ଏନେଇ ଚଳିତ ବର୍ଷ ରାଜ୍ୟ ସରକାର ଆବାସ ଯୋଜନାରେ ଉପେକ୍ଷା କରି ପଶ୍ଚିମ ଓଡିଶାକୁ ସାମିଲ କରି ନାହାନ୍ତି ।

ଯାହାକୁ ନେଇ ଏବେ ଆନ୍ଦୋଳନକୁ ଓହ୍ଲାଇଛି କୋଶଳ ସମନ୍ବୟ ସମିତି । ଏବଂ ଏଥିରେ ଯୁବ କୋଶଳ କମିଟି କଳାହାଣ୍ଡିରୁ ବାହାରି ବରଗଡ଼ ଯାଏଁ ସ୍ବାଭିମାନ ପଦଯାତ୍ରା ଆରମ୍ଭ କରିଛି । ଯାହାକୁ ନେଇ ବଲାଙ୍ଗୀରରେ ଅଦ୍ଭୁତପୂର୍ବ ସମର୍ଥନ ମିଳିଥିବା ବେଳେ ଆଦିବାସୀ ସଙ୍ଗଠନ ସହ ଶତାଧିକ ସଙ୍ଗଠନ ଏହାକୁ ସମର୍ଥନ ଦେଇଛନ୍ତି ।

ଆବାସ ଯୋଜନାରେ ପାତର ଅନ୍ତର ନେଇ ଅଭିଯୋଗ, ଆନ୍ଦୋଳନକୁ ଓହ୍ଲାଇଛି କୋଶଳ ସମନ୍ବୟ ସମିତି

ଏବଂ ସେମାନେ ମଧ୍ୟ ଆନ୍ଦୋଳନରେ ସିଧା ସଳଖ ସାମିଲ ହୋଇଛନ୍ତି । ତେବେ କେନ୍ଦ୍ର ସରକାର ଚଳିତ ବର୍ଷ ଓଡିଶାକୁ 8 ଲକ୍ଷ 17 ହଜାର ଆବାସ ଘର ଦେଇଛନ୍ତି ହେଲେ ରାଜ୍ୟ ସରକାର ପଶ୍ଚିମ ଓଡିଶାକୁ ବୈମାତୃକ ମନୋଭାବ ନେଇ ଗୋଟିଏ ବି ଘର ଦେଇ ନ ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏବଂ ଏଥିପାଇଁ ଅଲଗା କୋଶଳ ରାଜ୍ୟ ଦାବି କରୁଥିବା ଏହି ସଙ୍ଗଠନ ସରକାରଙ୍କ ଏହି ପାତର ଅନ୍ତର ନୀତିକୁ ବିରୋଧ କରି ଏହି ଆନ୍ଦୋଳନ କରୁଥିବାର କହିଛନ୍ତି ।

ସେହିପରି ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଅପଚେଷ୍ଠା ଚଳାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେବେ ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି କୋଶଳ ସମନ୍ବୟ ସମିତି ପକ୍ଷରୁ ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details