ଓଡିଶା

odisha

ETV Bharat / state

ଫସଲ ବୀମାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବଲାଙ୍ଗୀର ବିଜେଡି

ଫସଲ ବୀମାକୁ ନେଇ ଗର୍ଜିଲା ବିଜେଡି । ଏନେଇ ବଲାଙ୍ଗୀରରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

By

Published : Nov 1, 2022, 9:57 AM IST

ଫସଲ ବୀମାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେଡି
ଫସଲ ବୀମାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ବଲାଙ୍ଗୀର: ଚାଷୀଙ୍କ ଫସଲ ବୀମା ପ୍ରାପ୍ୟକୁ ନେଇ ଗର୍ଜିଲା ବିଜେଡି । କେନ୍ଦ୍ର ସରକାରଙ୍କ ଭୁଲ ନୀତି ଓ ଅବହେଳା ଯୋଗୁଁ ଓଡ଼ିଶାର ଚାଷୀ ହଇରାଣ ହେଉଥିବାର ଅଭିଯୋଗ କରିଲା ବିଜେଡି । ଏନେଇ ବଲାଙ୍ଗୀରରେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଓଡିଶା ଚାଷୀଙ୍କୁ ଅବହେଳା । ଫସଲ ବୀମା ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି କେନ୍ଦ୍ର ସରକାର ଅବଲମ୍ବନ କରୁଥିବା ଅଭିଯୋଗରେ ରାସ୍ତାରେ ଗର୍ଜିଲା ବିଜେଡି । ଘେରାଉ ସମୟରେ ଜିଲ୍ଲାର ସବୁ ପ୍ରାନ୍ତରୁ ଶତାଧିକ ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ ।

ଫସଲ ବୀମାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ଏହା ମଧ୍ୟ ପଢନ୍ତୁ: Dhamnagar By poll: ଭିସିରେ ଭୋଟ ମାଗିଲେ ନବୀନ, କହିଲେ 18ମାସରେ ହେବ 5ବର୍ଷର କାମ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଓଡିଶା ସଫଳ ଭାବରେ ପ୍ରଣୟନ କରିଥିଲେ । ଏପରିକି ଆରମ୍ଭରୁ ବୀମା ପ୍ରିମୀୟମ 2016ରେ 7 ଦଶମିକ 40 ପ୍ରତିଶତ ଥିବାବେଳେ ପରବର୍ତ୍ତୀ ସମୟରେ ଏହି ବୀମା ପ୍ରିମୀୟମକୁ ସରକାର 12 ଦଶମିକ 15 ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ଓଡ଼ିଶାର ଚାଷୀ ବହୁ ମାତ୍ରାରେ ଫସଲ ବୀମା କରିଥିଲେ । ହେଲେ 2018ରେ 17 ଦଶମିକ 96 ଲକ୍ଷ ଚାଷୀ ଫସଲ ବୀମା କରିଥିବାବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏହି ସଂଖ୍ୟା ଖସି ଆସି 11 ଲକ୍ଷରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ପ୍ରକାଶିତ ନୀତିକୁ ନେଇ ଦ୍ଵନ୍ଦ

ସେହିପରି ମୋଟ 1360 କୋଟି ଟଙ୍କାର ଫସଲ ବୀମା ପ୍ରାପ୍ୟ ମଧ୍ୟରୁ ମାତ୍ର 960 କୋଟି ଟଙ୍କା କେନ୍ଦ୍ର ସରକାର ସମାଧାନ କରିଛନ୍ତି । ଏହାସହ 2021 ଓ 2022 ରେ ଫସଲ ବୀମା ପ୍ରାପ୍ୟ ଅଧିକାଂଶ ଚାଷୀ ପାଇ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ସେହିପରି ଆଗକୁ ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details