ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନେଇ ଉତ୍ତେଜନା । କୋରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ଏକ ଅପରାଧ ହୋଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖଦେଇଛି ।
ବଲାଙ୍ଗୀର ଜିଲ୍ଲାର ଫାସଡ଼ ଗ୍ରାମରେ 23 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ କିନ୍ତୁ ସେମାନଙ୍କର ପରିଚୟ ସର୍ବସାଧାରଣରେ ପ୍ରଘଟ ହେବା ସହ ମୋବାଇଲରେ ଭାଇରାଲ ହୋଇଛି । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ଉକ୍ତ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।