ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବଲାଙ୍ଗୀର ପ୍ରସ୍ତୁତ, ଉଦଘାଟନ ଓ ଶିଳାନ୍ୟାସ 6 ଶହ କୋଟିର ପ୍ରକଳ୍ପ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗୀର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ। ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ 6 ଶହ କୋଟିର ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟନ ଓ ଶିଳାନ୍ୟାସ କରିବେ । ଅଧିକ ପଢନ୍ତୁ...

Cm Naveen Patnaik visit to bolangir on 22nd September
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବଲାଙ୍ଗୀର ପ୍ରସ୍ତୁତ, ଉଦଘାଟନ ଓ ଶିଳାନ୍ୟାସ 6 ଶହ କୋଟିର ପ୍ରକଳ୍ପ

By

Published : Sep 20, 2021, 9:50 PM IST

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ 6 ଶହ କୋଟିର ବିଭିନ୍ନ ଉନ୍ନୟନମୂଳକ କାମର କରିବେ ଶୁଭାରମ୍ଭ । ଉଦଘାଟିତ ହେବ ନୂତନ ବସଷ୍ଟାଣ୍ଡ, ହରିଶଙ୍କରର ବିକାଶ ପାଇଁ ହେବ ଭିତ୍ତିପ୍ରସ୍ତର ସ୍ଥାପନ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବଲାଙ୍ଗୀର ପ୍ରସ୍ତୁତ, ଉଦଘାଟନ ଓ ଶିଳାନ୍ୟାସ 6 ଶହ କୋଟିର ପ୍ରକଳ୍ପ

ଆସନ୍ତା 22 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିବେ । ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପରେ ଓହ୍ଲାଇ ପ୍ରଥମେ ଟିଟିଲାଗଡ ଗସ୍ତ କରିବେ। ଯେଉଁଠି ସେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ବିଜୁ ସ୍ବାସ୍ଥ୍ୟ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବେ । ସେହିପରି ବିଭିନ୍ନ ଉନ୍ନୟନ କାମର ମଧ୍ୟ ଶୁଭାରମ୍ଭ କରିବେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ଼ ଗସ୍ତ ରହିଛି । ଯେଉଁଠି ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବା ଶହ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ।

ତେବେ ଶେଷରେ ସେ ବଲାଙ୍ଗୀର ଗସ୍ତରେ ଆସିବେ। ଏବଂ ଏଠି ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ମୂଳକ କାମର ଶୁଭାରମ୍ଭ କରିବେ। ଯେଉଁଥିରେ ବଲାଙ୍ଗୀରର ନୂଆ ବସଷ୍ଟାଣ୍ଡ, ରାଜେନ୍ଦ୍ର କଲେଜର ନୂଆ ବିଲ୍ଡିଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କ ଗସ୍ତରେ ମୋଟ 6 ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ତଥା ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି। ସେପଟେ ତାଙ୍କର ଏହି ଗସ୍ତକୁ ପୋଲିସ୍ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋରୋନା ନେଗେଟିଭ ରିପୋର୍ଟ ଥିବା ଲୋକଙ୍କୁ ଏଥିରେ ସାମିଲ ହେବାର ସୁଯୋଗ ଦିଆଯିବା ବୋଲି ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details