ବଲାଙ୍ଗୀର: ମେଡିକାଲ କଲେଜରେ ଗୁଣ୍ଡାଗର୍ଦ୍ଦି କରିବା ପଡିଲା ମହଙ୍ଗା। ଏ ଘଟଣାରେ ସମ୍ପୃକ୍ତ 3 ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଲାଙ୍ଗୀର ପୋଲିସ।
ମେଡିକାଲ କଲେଜରେ ଗୁଣ୍ଡାଗର୍ଦ୍ଦି, ଅଭିଯୁକ୍ତ କୋର୍ଟ ଚାଲାଣ - ମେଡିକାଲ କଲେଜରେ ଗୁଣ୍ଡାଗରଦି ଘଟଣାରେ ଅଭିଯୁକ୍ତ ଗିରଫ
ବଲାଙ୍ଗୀର ମେଡିକାଲ କଲେଜରେ ଗୁଣ୍ଡାଗର୍ଦ୍ଦି କରିବା ଘଟଣାରେ ସମ୍ପୃକ୍ତ 3 ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ଦୁଇ ଦିନ ତଳେ 3 ଜଣ ଯୁବକ ନିସାଶକ୍ତ ଅବସ୍ଥାରେ ବଲାଙ୍ଗୀର ମେଡିକାଲ କଲେଜ ପରିସରରେ ହଙ୍ଗମା କରିବା ସହ ସେଠାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟିଗାର୍ଡଙ୍କୁ ମାଡ଼ ମାରିଥିଲେ। ଏହାପରେ ସମ୍ପୃକ୍ତ ଗାର୍ଡ ବଲାଙ୍ଗୀର ଟାଉନ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ। ଏ ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ତଦନ୍ତ କରି ଏଭଳି କାଣ୍ଡ ଭିଆଇଥିବା ଯୁବକଙ୍କୁ ଗିରଫ କରିଥିଲା। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ