ଓଡିଶା

odisha

ETV Bharat / state

Christmas celebration: କଟକଣାରେ ପାଳନ ହେଲା ଖ୍ରୀଷ୍ଟମାସ, ନୂଆବର୍ଷ ପାଇଁ ଗହଳି ମନା

ବଲାଙ୍ଗୀରରେ କୋଭିଡ୍ କଟକଣା ମଧ୍ୟରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପାଳନ କରିଛନ୍ତି ଖ୍ରୀଷ୍ଟମାସ (Christmas celebration in Bolangir)। ଘରେ ଘରେ ଏହାକୁ ନେଇ ହସଉଲ୍ଲାସ ଥିବା ବେଳେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରିଛନ୍ତି। ଅଧିକ ପଢନ୍ତୁ

By

Published : Dec 25, 2021, 5:27 PM IST

Updated : Dec 25, 2021, 6:55 PM IST

Christmas celebration: କଟକଣାରେ ବଲାଙ୍ଗୀରରେ ପାଳନ ହେଲା ଖ୍ରୀଷ୍ଟମାସ
Christmas celebration: କଟକଣାରେ ବଲାଙ୍ଗୀରରେ ପାଳନ ହେଲା ଖ୍ରୀଷ୍ଟମାସ

ବଲାଙ୍ଗୀର: ସହରରେ କୋଭିଡ୍ କଟକଣା ମଧ୍ୟରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପାଳନ କରୁଛନ୍ତି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ (Christmas celebration in Bolangir) । ଘରେ ଘରେ ଏହାକୁ ନେଇ ହସଉଲ୍ଲାସ ଥିବାବେଳେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରୁଛନ୍ତି ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଭାଇ ଭଉଣୀମାନେ।

Christmas celebration: କଟକଣାରେ ବଲାଙ୍ଗୀରରେ ପାଳନ ହେଲା ଖ୍ରୀଷ୍ଟମାସ

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଡଦିନରେ ଆଜି ବଲାଙ୍ଗୀରରେ ଆନନ୍ଦଉଲ୍ଲାସ ଦେଖିବାକୁ ମିଳିଛି । ପ୍ରଭୁ ଯୀଶୁଙ୍କ ଜନ୍ମ ଦିନକୁ ସେମାନେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ବେଳେ ଏଥିପାଇଁ ସମସ୍ତେ ନିଜ ଘର ଦ୍ଵାରକୁ ଫୁଲ ଓ ଆଲୋକ ମାଳାରେ ସଜାଇଛନ୍ତି। ସେହିପରି ଘରେ ଘରେ ଖ୍ରୀଷ୍ଟ ମାସ ଟ୍ରି ତିଆରି କରି ପରିବାରର ସମସ୍ତେ ପାଳନ କରୁଛନ୍ତି।

Christmas celebration: କଟକଣାରେ ପାଳନ ହେଲା ଖ୍ରୀଷ୍ଟମାସ

ତେବେ ଗତ ଦୁଇ ବର୍ଷ ହେବ କୋରୋନା ଯୋଗୁଁ ସାମୂହିକ ଉପାସନା ବନ୍ଦ ରହିଛି। ଚଳିତ ଥର ମଧ୍ୟ ସାମୁହିକ ଉପାସନା ବନ୍ଦ ଥିବା ବେଳେ ନିଜ ଘରେ ସୀମିତ ରହି ପାଳନ କରୁଛନ୍ତି। ସେହିପରି ମିଳିମିଶି ପାଳନ କରିବା ସମ୍ଭବ ହୋଇନ ଥିବା ବେଳେ ତାର କୋହ ତାଙ୍କ ମନରେ ରହିଛି। ହେଲେ ଏହା ସତ୍ତ୍ୱେ ସମସ୍ତ ଖ୍ରୀଷ୍ଟିଆନ ଧର୍ମାବିଲମ୍ବୀ ମାନେ ରୀତି ନୀତି ପରମ୍ପରା ଅନୁସାରେ ଅତି ଶ୍ରଦ୍ଧାର ସହ ଏହାକୁ ପାଳନ କରୁଛନ୍ତି। ପ୍ରଭୁ ଯୀଶୁଙ୍କ ଠାରେ କୋରୋନା ମହମାରୀକୁ ବିଶ୍ବରୁ ଦୂର କରିବା ର ପ୍ରାର୍ଥନା ମଧ୍ୟ କରିଛନ୍ତି। ତେବେ ଖ୍ରୀଷ୍ଟିଆନ୍ ମାନଙ୍କର ଏହି ପବିତ୍ର ପର୍ବ ଗତ କାଲି ରାତିରୁ ହିଁ ଆରମ୍ଭ ହୋଇଯାଇଛି। ଯେଉଁଥିରେ ଏଠିକାର ସମସ୍ତ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ରାତି ଉଜାଗର ରହି ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଥିଲେ।

ସେହିପରି ଏଥିପାଇଁ ଘରେ ଘରେ ସଙ୍କୀର୍ତ୍ତନ, ପ୍ରାର୍ଥନା ଓ ନାଚ ଗୀତ ମଧ୍ୟ ଆୟୋଜିତ ହୋଇଯାଇଛି । ଆଜି ସମସ୍ତଙ୍କ ଘରେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହୋଇ ଥିବା ବେଳେ ପରସ୍ପରକୁ ଅଭିନନ୍ଦନ ଜଣାଇ ପାଳନ କରୁଛନ୍ତି। ତେବେ ଆଜିର ଦିନରେ ଦୁଇ ହଜାର ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ବିଶ୍ୱରେ ଶାନ୍ତି ମୈତ୍ରୀର ବାର୍ତ୍ତା ବାଣ୍ଟିଥିଲେ। ତେବେ ପ୍ରଭୁ ଯୀଶୁଙ୍କ ବାଣୀକୁ ପାଳନ କରି ସବୁଦିନ ଚାଲିବା ସହ ଶାନ୍ତି ମୈତ୍ରୀ ବଜାୟ ରଖିବା ପାଇଁ ଚେଷ୍ଟାରତ ବୋଲି କହିଛନ୍ତି । ବଲାଙ୍ଗୀରରେ ଖ୍ରୀଷ୍ଟିଆନ ମାନେ ତାଙ୍କର ପବିତ୍ର ବଡ଼ ଦିନ ବା ଖ୍ରୀଷ୍ଟମାସ ପାଳନ କରିଥିବା ବେଳେ ତାଙ୍କୁ ସବୁଠୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସେହିପରି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଯାଇ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ଖ୍ରୀଷ୍ଟମାସ କେବଳ 50 ଜଣଙ୍କୁ ନେଇ ଚର୍ଚ୍ଚରେ ପାଳନ ହେବ । ଏବଂ ଏହାକୁ ନେଇ କୌଣସି ସର୍ବସାଧାରଣ ସ୍ଥାନ, ହୋଟେଲ, କ୍ଳବ୍, ରେଷ୍ଟୁରାଣ୍ଟ ଇତ୍ୟାଦି ଠାରେ ସାମୁହିକ ଭୋଜି ବା ପର୍ବ ପାଳନ ହେବନାହିଁ। ସେହିପରି ନୂଆ ବର୍ଷ ଜିରୋ ନାଇଟକୁ ମଧ୍ୟ ସାମୁହିକ ଭାବରେ ପାଳନକୁ ବନ୍ଦ କରାଯାଇଛି ।

ଯେଉଁଥିରେ କୌଣସି ସ୍ଥାନରେ ଯେମିତି ପାର୍କ, କ୍ଲବ୍, ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ରେ ଏହି ସବୁ ପାଳନ କୁ ବନ୍ଦ କରିଛି ଜିଲ୍ଲାପ୍ରଶାସନ। ଏବଂ ଏଥି ପାଇଁଜିଲ୍ଲାପ୍ରଶାସନ ଓ ପୋଲିସ୍ କଠୋର ପଦକ୍ଷେପ ନେଇଥିବାର ଜିଲ୍ଲାପାଳ କହିଛନ୍ତି। ସେହିପରି କେବଳ ବିବାହ ଭୋଜି ଛାଡ଼ି କୌଣସି ପ୍ରକାରର ଭୋଜି ଆୟୋଜନ ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଏବଂ ଜଣ ସାଧରଣକୁ ଏଥିରେ ସହଯୋଗ କରିବାକୁ ଅପିଲ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Dec 25, 2021, 6:55 PM IST

ABOUT THE AUTHOR

...view details