ବଲାଙ୍ଗୀର: ଶୁକ୍ରବାର ବଲାଙ୍ଗୀର ଗସ୍ତରେ ଆସିଥିଲେ ମୁଖ୍ୟ ଶାସନ ସଚିବ ଓ 5'ଟି' ସଚିବ । ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5'ଟି' ସଚିବ ଭିକେ ପାଣ୍ଡିଆନ ଜିଲ୍ଲା ଗସ୍ତରେ ଆସି ଫେରିଯାଇଥିଲେ । ଏହି ଅବସରରେ ସେମାନେ ବଲାଙ୍ଗୀର କିମସ୍ କୋଭିଡ୍ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ।
ଏହାସହ ଏଠାରେ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା ସହ ସେମାନଙ୍କ ଉତ୍ସାହ ବଢାଇଥିଲେ । ସମାନ ଭାବରେ ଏମାନଙ୍କ ସହ ଜିଲ୍ଲାପାଳ ଓ ଏସପି ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ ।