ଓଡିଶା

odisha

ETV Bharat / state

ଫିଲ୍ମରେ କାମ ଦେବା ନାଁରେ ଠକେଇ, ଯୁବକଙ୍କଠୁ ଲୁଟିଲେ ୭୭ ହଜାର - ବଲିଉଡ ସିନେମାରେ କାମ ନାଁରେ ଟଙ୍କା ଠକେଇ

ବଲିଉଡ ସିନେମାରେ କାମ ନାଁରେ ଟଙ୍କା ଠକେଇ ଅଭିଯୋଗ। ଠକେଇର ଶିକାର ହେଲେ ବଲାଙ୍ଗୀରର ଯୁବକ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 18, 2022, 11:43 AM IST

Updated : Nov 18, 2022, 11:57 AM IST

ବଲାଙ୍ଗୀର: ସିନେମାରେ କାମ ଦେବା ଆଳରେ ମୋହରା । ବଲିଉଡ ସିନେମାରେ ଅଭିନୟ କରିବାର ଆଶା ଦେଇ ଠକି ଦେଲେ ନିର୍ଦ୍ଦେଶକ । ଟିଭି, ସିନେମା ଓ ବିଜ୍ଞାପନରେ କାମ ଦେବା କହି ଲୁଟିନେଲେ ଲକ୍ଷାଧିକ ଟଙ୍କା । ୪୭ ଜଣଙ୍କ ଠାରୁ ଟଙ୍କା ଠକି ଫେରାଇବାକୁ ଅମଙ୍ଗ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ମିଶ୍ର । ଏହି ଠକାମିର ଶିକାର ହୋଇଛନ୍ତି ବଲାଙ୍ଗୀର ଯୁବକ ସୁଦାମ ଚରଣ ସିଂହ । ସିନେମାନରେ ଅଭିନୟ ପାଇଁ ୭୭ ହଜାର ଟଙ୍କା ଦେଇ ଠକାମିର ଶିକାର ହୋଇଛନ୍ତି ଯୁବକ ଜଣଙ୍କ । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

ଫିଲ୍ମରେ କାମ ଦେବା ନାଁରେ ଠକେଇ

ଷ୍ଟାର ବନିବାକୁ ମୁମ୍ବାଇ ଯାଇଥିଲେ ସୁଦାମ ଚରଣ ସିଂହ । ଅଭିନୟ ତାଙ୍କର ନିଶା ହୋଇଥିବାବେଳେ, ସେ ସିନେମା ଟିଭିରେ ଅଭିନୟ କରିବା ପାଇଁ ଆଶା ବାନ୍ଧିଥିଲେ। ଏବଂ ଏଥିପାଇଁ ସେ ମୁମ୍ବାଇର ଏକ ଅଭିନୟ ଟ୍ରେନିଂ ସେଣ୍ଟରରେ ନାମ ଲେଖାଇ ଅଭିନୟ ଶିଖିଥିଲେ । ଏହାରି ମଧ୍ୟରେ ତାଙ୍କର ପରିଚୟ ସେଠି ଜଣେ ମହିଳା ସୁଦ୍ଧା ଚତୁର୍ବେଦୀଙ୍କ ସହ ହୋଇଥିଲା । ଏହାପରେ ମହିଳା ଜଣକ ବଲିଉଡର ଜଣେ ନିର୍ଦ୍ଦେଶକ କୁହାଯାଉଥିବା ସଞ୍ଜୟ ମିଶ୍ରଙ୍କ ସହିତ ତାଙ୍କର ପରିଚୟ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ମୃତ ଶିଶୁ ଜନ୍ମ ଦେଲେ ମହିଳା

ତେବେ ବଲାଙ୍ଗୀରର ସୁଦାମକୁ ଟିଭି ସିନେମା କିମ୍ବା ବିଜ୍ଞାପନରେ ଅଭିନୟ କରିବା ପାଇଁ ସେ ସୁଯୋଗ ଦେବେ ଏବଂ ଏଥିପାଇଁ ତାଙ୍କଠୁ ସେ ବିଭିନ୍ନ କିସ୍ତିରେ ୭୭ ହଜାର ଟଙ୍କା ନେଇଥିଲେ । ତେବେ ସେ ଓ ଅନ୍ୟ ୪୬ ଜଣ ମଧ୍ୟ ଏହିଭଳି ଲକ୍ଷାଧିକ ଟଙ୍କା ତାଙ୍କୁ ଦେଇଥିଲେ । ହେଲେ ବର୍ଷ ପରେ ବର୍ଷ ବିତି ଯିବା ସତ୍ତ୍ବେ ଟଙ୍କା ନେଇଥିବା ସଞ୍ଜୟ ମିଶ୍ର ଆଉ ଧରାଛୁଆଁ ଦେଇ ନଥିଲେ । ଓଲଟା ଫୋନରେ ଟଙ୍କା ଫେରାଇବାକୁ ମନା କରିବା ସହ ଅଭିଯୋଗ କଲେ ଜୀବନରୁ ମାରି ଦେବାର ଧମକ ଦେଇଥିବାର ଯୁବକ ଜଣକ ଅଭିଯୋଗ କରିଛନ୍ତି । ଏବଂ ବଲାଙ୍ଗୀର ସାଇବର ଥାନାରେ ଏହାର ଲିଖିତ ଅଭିଯୋଗ କରି ଉଚିତ ନ୍ୟାୟ ଦାବି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କଠୁ ଟଙ୍କା ବ୍ୟାଗ ଛଡାଇ ନେଲେ ଦୁର୍ବୃତ୍ତ, CCTVରେ କଏଦ ହେଲା ଦୃଶ୍ୟ

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 18, 2022, 11:57 AM IST

ABOUT THE AUTHOR

...view details