ଓଡିଶା

odisha

By

Published : Oct 23, 2021, 10:49 AM IST

Updated : Oct 23, 2021, 12:39 PM IST

ETV Bharat / state

ମମିତା ମେହେର ମର୍ଡର: ଶିକ୍ଷୟିତ୍ରୀଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀରରେ ମହିଳା କମିଶନ ଅଧ୍ୟକ୍ଷା । ମହିଳା କମିଶନର ଚାରି ଜଣିଆ ଟିମ୍ ସମେତ ଅଧ୍ୟକ୍ଷା ଆଜି ଶିକ୍ଷୟିତ୍ରୀ ମମିତା ବେହେରାଙ୍କ ପରିବାର ସହ ଭେଟିଛନ୍ତି । ଅଧିକ ପଢନ୍ତୁ...

ମମିତା ମେହେର ମର୍ଡର: ଶିକ୍ଷୟିତ୍ରୀଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା
ମମିତା ମେହେର ମର୍ଡର: ଶିକ୍ଷୟିତ୍ରୀଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ବଲାଙ୍ଗୀରରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା । ରାଜ୍ୟ ମହିଳା କମିଶନର ଚାରି ଜଣିଆ ଟିମ୍ ସମେତ ଅଧ୍ୟକ୍ଷା ମିନତୀ ବେହେରା ବଲାଙ୍ଗୀର ଯାଇ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ଭେଟିଛନ୍ତି । ମମିତାଙ୍କ ପରିବାରକୁ ଦେଖା କରିବା ପରେ ମହିଳା କମିଶନ ଅଧ୍ୟକ୍ଷା ମହାଲିଙ୍ଗ ଯିବେ । ସେଠାରେ ମମିତାଙ୍କ ମୃତଦେହ ପୋତା ଯାଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଏବଂ ରାଜ୍ୟ ସରକାରଙ୍କୁ ଏହାର ରିପୋର୍ଟ ଦେବେ ।

ଶିକ୍ଷୟିତ୍ରୀଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ସୂଚନା ଅନୁଯାୟୀ, ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ବଲାଙ୍ଗୀର ତୁରେକେଲା ଝାର୍ଣି ଗାଁ ସ୍ଥିତ ମମିତା ମେହେର ଘରକୁ ଯାଇଛନ୍ତି । ସେଠାରେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଦୋଷୀକୁ କିପରି କଠୋର ଦଣ୍ଡି ମିଳିବ ସେନେଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି କମିଶନ । ବର୍ତ୍ତମାନ ସୁଦ୍ଧା ପୋଲିସ ଯାହା ବି ପଦକ୍ଷେପ ନେଇଛି ତାହା ସଠିକ୍ ଥିବାବେଳେ ଖୁବଶୀଘ୍ର ଏହି ମାମଲାର ଶୁଣାଣି ହୋଇ ଦୋଷୀ ଦଣ୍ଡ ପାଇବ ବୋଲି ମହିଳା କମିଶନ ଅଧ୍ୟକ୍ଷା ଆଶାବାଦୀ ଅଛନ୍ତି ।

ଗତକାଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ତାଙ୍କ ଏକ ଚାରି ଜଣିଆ ଟିମ୍ ବଲାଙ୍ଗୀର ଆସି ପହଞ୍ଚିଥିଲେ । ପ୍ରଥମେ ବଲାଙ୍ଗୀର ଏସପିଙ୍କ ସହ ଆଲୋଚନା କରି ମାମଲାରେ ପୋଲିସର ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 23, 2021, 12:39 PM IST

ABOUT THE AUTHOR

...view details