ଓଡିଶା

odisha

By

Published : Nov 16, 2020, 8:38 PM IST

ETV Bharat / state

20 ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଆପ ଦଳର ବିରୋଧ

କୋଡିଏ ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରେ ରାଜ୍ୟର ହଜାର ହଜାର ସ୍କୁଲ ବନ୍ଦ ହୋଇଯାଇଛି । ତେବେ ଏହାକୁ ତୀବ୍ର ବିରୋଧ କରିଛି ଆମ ଆଦମୀ ଦଳ । ଅଧିକ ପଢନ୍ତୁ...

20 ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଆପ ଦଳର ବିରୋଧ
20 ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଆପ ଦଳର ବିରୋଧ

ବଲାଙ୍ଗୀର: କୋଡିଏ ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ବନ୍ଦ କରିବା ନିଷ୍ପତ୍ତିରେ ରାଜ୍ୟର ହଜାର ହଜାର ସ୍କୁଲ ବନ୍ଦ ହୋଇଯାଇଛି । ତେବେ ଏହାକୁ ତୀବ୍ର ବିରୋଧ କରିଛି ଆମ ଆଦମୀ ଦଳ । ଆସନ୍ତା ଦିନରେ ଏମାନେ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଘେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ରାଜ୍ୟର 20 ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ଗୁଡିକୁ ବନ୍ଦ କରି ଦେଇଛନ୍ତି । ଏହାକୁ ତୀବ୍ର ବିରୋଧ କରିଛି ଆମ ଆଦମୀ ଦଳ । ରାଜ୍ୟରେ ଏଠି ହଜାର ହଜାର ସ୍କୁଲ ବନ୍ଦ ହୋଇ ଯାଇଥିବାବେଳେ ଛାତ୍ରଛାତ୍ରୀ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେବେ ବୋଲି ଏମାନେ କହିଛନ୍ତି ।

20 ଛାତ୍ରଛାତ୍ରୀରୁ କମ ଥିବା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଆପ ଦଳର ବିରୋଧ

ଏଥିରେ ବଲାଙ୍ଗୀର ଜିଲ୍ଲାର 296ଟି ସ୍କୁଲ ବନ୍ଦ ହୋଇଥିବାବେଳେ ପଶ୍ଚିମ ଓଡିଶାରେ ମଧ୍ୟ ହଜାର ହଜାର ସ୍କୁଲ ବନ୍ଦ ହୋଇଯାଇଛି । ଏହା ବିରୋଧରେ ଆସନ୍ତା ଦିନରେ ଆମ ଆଦମୀ ପାର୍ଟିର 10ଟି ଜିଲ୍ଲାର ପ୍ରତିନିଧିମାନେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଘେରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେହିପରି ଏହି ନିଷ୍ପତ୍ତି ଫେରାଇ ନନେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details