ଓଡିଶା

odisha

ETV Bharat / state

ଗାଈ ଗୁହାଳ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ JE - ବଲାଙ୍ଗୀର ଦୁଗ୍ଧ ଚାଷୀ

ବଲାଙ୍ଗୀର ଦୁଗ୍ଧ ଚାଷୀଙ୍କୁ ଗୁହାଳ ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ବ୍ଲକ ଜେଇ। ଅଧିକ ପଢନ୍ତୁ...

cattle shed bill bribe je arrested by vigilance in bolangir
ଗାଈ ଗୁହାଳ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଛାରେ ପଡିଲେ JE

By

Published : Nov 13, 2021, 11:01 PM IST

ବଲାଙ୍ଗୀର:ଗାଈ ଗୁହାଳ ପାଇଁ ଚାଷୀଙ୍କ ପାଖରୁ ଲାଞ୍ଚ ନେବାବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଚାଷୀଙ୍କ ଗାଈ ଗୁହାଳ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ କୃଷ୍ଣ ପ୍ରିୟା ମଣ୍ଡଳକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଏହା ପରେ ଦେଓଗାଁ ବ୍ଲକ ଅଫିସ ଓ ଦଶମତି ନଗରରେ ଥିବା ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ଏବଂ ଗିରଫ ଜେଇକୁ ଅଧିକ ପଚରା ଉଚରା କରୁଛି ଭିଜିଲାନ୍ସ ।

ଗାଈ ଗୁହାଳ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ JE

ଅଭିଯୋଗ ଅନୁସାରେ, ଶିକୁଆଁର ଦୁଗ୍ଧ ଚାଷୀ ଲିଙ୍ଗରାଜ ସାହୁଙ୍କ ଗାଈ ଗୁହାଳ ପାଇଁ ଜେଇ ହଇରାଣ କରିଥିଲେ। ଏଥିପାଇଁ ଗତ ୩ ବର୍ଷ ହେଲା ହଇରାଣ କରି ଆସୁଥିଲେ ଜେଇ କୃଷ୍ଣ ପ୍ରିୟା। ଶେଷରେ 66 ହଜାର ଟଙ୍କାର ସରକାରୀ ଗାଈ ଗୁହାଳ ସାହାଯ୍ୟ ବିଲ ପାଇଁ ଟଙ୍କା ଦାବି କରିବା ସହ ୫ ହଜାର ଟଙ୍କାରେ କଥା ଛିଣ୍ଡାଇ ଥିଲେ ଜେଇ କୃଷ୍ଣ ପ୍ରିୟା ମଣ୍ଡଳ। ଏହା ପରେ ଲିଙ୍ଗରାଜ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏବଂ ଯୋଜନା ମୁତାବକ ଆଜି ଅପରାହ୍ନ ୪ ଟା ସମୟରେ ଦେଓଗାଁରେ ୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ। କେମିକାଲ ଦିଆ ୫ ହଜାର ଟଙ୍କା ଜବତ କରିବା ଶହ ଜେଇ କୃଷ୍ଣ ପ୍ରିୟା ମଣ୍ଡଳକୁ ଗିରଫ କରି ବଲାଙ୍ଗୀର ଅଫିସକୁ ଆଣି ପଚରା ଉଚରା ଜାରି ରହିଛି।

ଏଥିସହ ବଲାଙ୍ଗୀର ଦଶମତି ନଗରର ଭଡ଼ା ଘର ଓ ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ତେବେ ଆଜି ରାତିରେ ଜେଇଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details