ଓଡିଶା

odisha

ETV Bharat / state

Balangir Royal Family Dispute: ଅଦ୍ରିଜା ଓ ପରିବାର ବିରୋଧରେ ଲାଗିଲା SC-ST ଆକ୍ଟ - ଅର୍କେଶ ନାରାୟଣ ସିଂହଦେଓ

ବଲାଙ୍ଗୀର ରାଜ ପରିବାର ବିବାଦରେ ନୂଆ ମୋଡ଼ । ଏସସି-ଏସଟି ଆକ୍ଟ ଅନୁସାରେ ଅଦ୍ରିଜା ଓ ପରିବାର ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 30, 2023, 3:47 PM IST

Updated : May 30, 2023, 3:56 PM IST

Balangir Royal Family Dispute: ଅଦ୍ରିଜା ଓ ପରିବାର ବିରୋଧରେ ଲାଗିଲା SC-ST ଆକ୍ଟ

ଡେରାଡୁନ:ବଲାଙ୍ଗୀର ରାଜ ପରିବାର ବିରୋଧରେ ଘରୋଇ ହିଂସା ମାମଲା । ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି । ସ୍ବାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ରବିତା ଝା ଅଦ୍ରିଜା ଓ ତାଙ୍କ ପିତା (ଅଜୟ ସିଂହ)ଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଏନେଇ କୋର୍ଟଙ୍କ ଆଦେଶ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ସିଂହଙ୍କ ପୁଅ ତଥା ଅଦ୍ରିଜାଙ୍କ ବାପା ଅଜୟ ସିଂହ, ଅଦ୍ରିଜା ଓ ତାଙ୍କ ଭଉଣୀଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ଏହାସହିତ ଅର୍କେଶ ମଧ୍ୟ ଶ୍ବଶୁର ଘର ଲୋକଙ୍କ ବିରୋଧରେ ପୈତୃକ ସମ୍ପତ୍ତି ହଡ଼ପ ନେଇ ଅଭିଯୋଗ ଆଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅର୍କେଶ ନାରାୟଣଙ୍କ ଘରେ କାମ କରୁଥିବା ଘରୋଇ ସହାୟିକା ରବିତା ଝା ଅଦ୍ରିଜା, ତାଙ୍କ ପିତା ଓ ଭଉଣୀଙ୍କ ବିରୋଧରେ ଏସସି ଏସଟି ଧାରା ଅନୁଯାୟୀ ଅଭିଯୋଗ ଆଣିଛନ୍ତି । ଏନେଇ ରବିତା ଝା କହିଛନ୍ତି ସେ ଗତ ୫ବର୍ଷ ଧରି ଅର୍କେଶଙ୍କ ଘରେ କାମ କରୁଛନ୍ତି । ହେଲେ ଯେବେଠୁ ଏହି ଦମ୍ପତିଙ୍କ ମଧ୍ୟରେ ବିବାଦ ଉପୁଜିଛି ସେବେଠୁ ଅଦ୍ରିଜା ଓ ତାଙ୍କ ସମ୍ପର୍କୀୟ ତାଙ୍କୁ ଗାଳିଗୁଲଜ କରୁଛନ୍ତି । ଏହାସହିତ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ପ୍ରକାର କଥା କହୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏନେଇ ସେ ଗତ ମେ ୯ ତାରିଖରେ ବାବତ ରାଜପୁର ଥାନାରେ ଅଭିଯୋଗ କରିଥିଲେ । ତେବେ କୋର୍ଟଙ୍କ ଆଦେଶ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବିପି ସିଂହଙ୍କ ପୁଅ ଅଜୟ ସିଂହ (ଅର୍କେଶଙ୍କ ଶ୍ବଶୁର), ଅଦ୍ରିଜା, ଅଦ୍ରିଜାଙ୍କ ଭଉଣୀ ରୁଚା ମଞ୍ଜରୀ ଓ ଡ୍ରାଇଭର ସୋନୁଙ୍କ ବିରୋଧରେ ଏସସି ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି ।

'ସମ୍ପତ୍ତିକୁ କବଜା କରିବାକୁ ଅଦ୍ରିଜାଙ୍କ ପ୍ରୟାସ':-ପତ୍ନୀ ଅଦ୍ରିଜା ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅର୍କେଶ ନାରାୟଣ । ଅଦ୍ରିଜାଙ୍କ ପରିବାର କିଛି ଜମି ମାଫିଆଙ୍କ ସହିତ ତାଙ୍କ ସମ୍ପତ୍ତି ଉପରେ କବଜା କରିବା ଲାଗି ପ୍ରୟାସ କରୁଛନ୍ତି । ଅର୍କେଶ ଉତ୍ତରାଖଣ୍ଡ ପୋଲିସ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ଉତ୍ତରାଖଣ୍ଡ ପୋଲିସ ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଘରେ ଯେଉଁ ଜମି ମାଫିଆମାନେ ପହଞ୍ଚୁଛନ୍ତି, ସେ ନେଇ ପୋଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- Balangir Royal Family Dispute: PMOକୁ ଚିଠି ଲେଖି ନ୍ୟାୟ ମାଗିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ

ଅର୍କେଶ ଆହୁରି କହିଛନ୍ତି ଯେ ସେ ଅଦ୍ରିଜାଙ୍କୁ ଛାଡ଼ପତ୍ର ଦେଇଥିବା ବେଳେ ଏହା ବିଚାରଧୀନ ରହିଛି । ଛାଡ଼ପତ୍ର ନ ହେବା ପର୍ଯ୍ୟନ୍ତ ଅଦ୍ରିଜାଙ୍କୁ ରହିବା ଲାଗି ରାଜପୁର ରୋଡ ସ୍ଥିତ ପୈତୃକ ବାସଭନବରେ ସ୍ଥାନ ଦିଆଯାଇଛି । ହେଲେ ଅଦ୍ରିଜା କିଛି ଜମି ମାଫିଆଙ୍କୁ ଆଣି ତାଙ୍କ ପୈତୃକ ସମ୍ପତ୍ତି ଉପରେ କବଜା କରିବା ଲାଗି ଉଦ୍ୟମ କରୁଥିବା କହିଛନ୍ତି ଅର୍କେଶ । ଅନ୍ୟପଟେ ଏହା ହାଇପ୍ରୋଫାଇଲ ମାମଲା ହୋଇଥିବାରୁ ପୋଲିସ ବୁଝିସୁଝି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏନେଇ ସିଟି ଏସପି ସରିତା ଡୋଭାଲ କହିଛନ୍ତି, "ମାମଲାର ଯାଞ୍ଚ ଲାଗି ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ସିଓ ମସୁରୀ ଅନିଲ ଯୋଶୀ ଏହାର ନେତୃତ୍ବ ନେଉଛନ୍ତି । ଏହି ବିବାଦର ତଦନ୍ତ ଭାର ଏହି ଟିମ ନେଇଛି ।"

ଏହା ବି ପଢନ୍ତୁ- Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

କଣ ପୁରା ମାମଲା ?:-ଏହି ମାମଲା ଗତ ୧୫ ତାରିଖରେ ସର୍ବସମ୍ମୁଖକୁ ଆସିଥିଲା । ଯେତେବେଳେ ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କୁ ଭେଟି ନିଜ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ଉତ୍ତରାଖଣ୍ଡ ପୋଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରୁନଥିବା ସେ ଡିଜିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅର୍କେଶ ଓ ତାଙ୍କ ପରିବାର ଅଦ୍ରିଜାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ । ହେଲେ ଏହାକୁ ଖଣ୍ଡନ କରିଥିଲେ ସ୍ବାମୀ ଅର୍କେଶ । ଅଦ୍ରିଜାଙ୍କୁ ସେ ଛାଡ଼ପତ୍ର ଦେଇଥିବା ବେଳେ ଏହି ମାମଲା ବିଚାରଧୀନ ରହିଛି । ତାଙ୍କୁ ରହିବା ଲାଗି ଘର ମଧ୍ୟ ଦିଆଯାଇଛି । ସେ କେବଳ ସମ୍ପତ୍ତି ଲୋଭରେ ଏହି ଘରୋଇ ହିଂସା ଅଭିଯୋଗ ଆଣିଥିବା କହିଥିଲେ ଅର୍କେଶ ।

Last Updated : May 30, 2023, 3:56 PM IST

ABOUT THE AUTHOR

...view details